ଜମ୍ମୁ ଓ କଶ୍ମୀରକୁ ୩୬ ମନ୍ତ୍ରୀ ପଠାଇବା ନିଷ୍ପତ୍ତିକୁ କଂଗ୍ରେସର ତାତ୍ସଲ୍ୟ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରକୁ ୩୬ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ପଠାଯିବା ନିଷ୍ପତ୍ତିକୁ ସମାଲୋଚନା କରିଛି କଂଗ୍ରେସ । ଯଦି କଶ୍ମୀରରେ ସବୁକିଛି ସ୍ୱାଭାବିକ ଅଛି ତେବେ ସେଠାକୁ ୩୬ ଜଣ ମନ୍ତ୍ରୀ ପଠାଇବା କଣ ଆବଶ୍ୟକ ବୋଲି କହିଛି କଂଗ୍ରେସ ।

ଯଦି କଶ୍ମୀରରେ ସବୁକିଛି ସ୍ୱାଭାବିକ ଅଛି ତେବେ ସେଠାକୁ ୩୬ ଜଣ ଗୁଜବସୃଷ୍ଟିକାରୀ ମନ୍ତ୍ରୀ ପଠାଇବା କଣ ଆବଶ୍ୟକ ବୋଲି କହିଛନ୍ତି କଂଗ୍ରେସ ନେତା କପିଲ ସିବ୍ଦଲ । ଯଦି ସରକାରଙ୍କ ସତସାହସ ଅଛି ସେମାନେ ଗୁଜବ ସୃଷ୍ଟିକରୁନଥିବା ଲୋକମାନଙ୍କୁ ସେଠାକୁ ପଠାନ୍ତୁ ।
କେନ୍ଦ୍ର ସରକାରଙ୍କ ମୋଟ ୩୬ ଜଣମନ୍ତ୍ରୀ ଚଳିତ ମାସ ୧୮ରୁ ୨୪ ମଧ୍ୟରେ ଜମ୍ମୁ ଓ କଶ୍ମୀରଯାଇ ସେଠାରେ ଲୋକମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ସଂପର୍କରେ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଡୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

 

ଜମ୍ମୁ ଓ କଶ୍ମୀରରେ ଗତ ଅଗଷ୍ଟ ମାସଠାରୁ ଲାଗୁ ହୋଇଥିବା କଟକଣାକୁ ନେଇ ସରକାରଙ୍କ ଉପରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚାପ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଗତ ସପ୍ତାହରେ କେତେକ ବିଦେଶୀ ପ୍ରତିନିଧିଙ୍କୁ କଶ୍ମୀର ଯିବାକୁ ଅନୁମତି ଦେଇଥିଲେ । ସେହିପରି ଦୀର୍ଘ ଦିନ ଧରି ଏପରି ଇଣ୍ଟରନେଟ ସେବା ବନ୍ଦକୁ ନେଇ ସୁପ୍ରିମକୋର୍ଟ ଗତ ସୋମବାରଦିନ ସରକାରଙ୍କ ଉପରେ ବିରକ୍ତ ହୋଇଥିଲେ । ଏହା ପରେ ବୁଧବାରଦିନ ଇଣ୍ଟରନେଟ ସେବାକୁ ଆଂଶିକଭାବେ ଚାଲୁ କରାଯାଇଥିଲା ।

ସମ୍ବନ୍ଧିତ ଖବର