ମୋଦିଙ୍କୁ ଚୋର ବୋଲି କହିଥିବା କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ

ନୂଆଦିଲ୍ଲୀ: କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ ତଥା ପୂର୍ବତନ ସାଂସଦ ଦିବ୍ୟା ସ୍ପନ୍ଦନା ଓରଫ ରାମ୍ୟାଙ୍କ ବିରୋଧରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ମୌର ଗୋମତି ନଗର ଥାନାରେ ଦେଶଦ୍ରୋହ ଓ ଆଇଟି ଆକ୍ଟ ଜରିଆରେ ମାମଲା ରୁଜୁ ହୋଇଛି। ସ୍ପନ୍ଦନାଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୋର କହିଥିବା ଅଭିଯୋଗ ହୋଇଥିଲା।

ଲକ୍ଷ୍ମୌରେ ବସବାସ କରୁଥିବା ଓକିଲ ସୟଦ ରିଜଓ୍ଵାନ ଅହମଦଙ୍କ ଅଭିଯୋଗ ପରେ ମାମଲା ରୁଜୁ ହୋଇଥିଲା। ନିଜ ଅଭିଯୋଗରେ ରିଜଓ୍ଵାନ୍‌ ଅହମଦ କହିଛନ୍ତି, ଦିବ୍ୟା ସ୍ପନ୍ଦନ ସୋମବାର (ସେପ୍ଟମ୍ବର ୨୪)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଫଟୋ ଟୁଇଟ କରି ଚୋର ବୋଲି କହିଥିଲେ। ରିଜଓ୍ଵାନ୍‌ ସ୍ପନ୍ଦନାଙ୍କ ଏହି ଟୁଇଟରୁ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କ ପ୍ରତି ଦେଶବାସୀଙ୍କ ମଧ୍ୟରେ ଘୃଣା ଓ ଅସମ୍ମାନ ଭାବନ ଜାତ କରିବା ପାଇଁ ପ୍ରୟାସ କରାଯାଇଛି, ଯାହା ଦେଶଦ୍ରୋହ ଅଟେ।

ଏଫଆଇଆର୍‌ ରୁଜୁ କରିବା ପରେ ରିଜଓ୍ଵାନ ଅହମଦ ଏହାର ଏକ କପି ଟୁଇଟରରେ ସେୟାର କରି ଲେଖିଛନ୍ତି, ଦିବ୍ୟା ସ୍ପନ୍ଦନାଙ୍କ ଉପରେ ଧାରା ୧୨୪ (ଦେଶଦ୍ରୋହ) ଓ  ଆଇ ଟି ଆକ୍ଟର ୬୭  ଧାରା ଜରିଆରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର