କଂଗ୍ରେସ ଦେଶବ୍ୟାପୀ ‘ବିଶ୍ୱାସଘାତ ଦିବସ’ ପାଳିବ

ମୋଦି ସରକାରଙ୍କ୪ ବର୍ଷ ପୂର୍ତ୍ତି ‘୪୮ ମାସ ବନାମ ୪୮ ବର୍ଷ’ ପୃଷ୍ଠଭୂମିରେ ଉପଲବ୍ଧି ପ୍ରଚାର କରିବ ବିଜେପି

ନୂଆଦିଲ୍ଲୀ: ‘୪୮ ମାସ ବନାମ ୪୮ ବର୍ଷ’କୁ ପ୍ରସଙ୍ଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍‌୍‌ଡିଏ ସରକାରଙ୍କ ୪ ବର୍ଷ ପୂର୍ତ୍ତିର ଉପଲବ୍ଧି ପ୍ରଚାର କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଥିବା ବେଳେ କଂଗ୍ରେସ ମେ ୨୬ ତାରିଖକୁ ଦେଶବ୍ୟାପୀ ‘ବିଶ୍ୱାସଘାତ ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ମେ’ ୨୬ ତାରିଖରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ୪ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ହେଉଛି। କଂଗ୍ରେସ ଅଭିଯୋଗ କରିଛି ଯେ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଶବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରିବାରେ ବିଫଳ ହୋଇଛି। ଏନଡିଏ ସରକାର ଦେଶବାସୀଙ୍କ ସହ ‘ବିଶ୍ୱାସଘାତ’ କରିଥିବାରୁ କଂଗ୍ରେସ ମେ ମେ ୨୬ ତାରିଖକୁ ‘ବିଶ୍ୱାସଘାତ ଦିବସ’ ରୂପେ ପାଳନ କରିବ। ଏ ନେଇ କଂଗ୍ରେସ ‘ବିଶ୍ୱାସଘାତ’ ନାମରେ ପୋଷ୍ଟର ମଧ୍ୟ ଜାରି କରିଛି। ମେ ୨୬ରେ କଂଗ୍ରେସ ଦ୍ୱାରା ଦେଶବ୍ୟାପୀ ଧାରଣା ପ୍ରଦର୍ଶନ କରାଯିବ। ସମସ୍ତ ରାଜ୍ୟର ରାଜଧାନୀରେ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଓ ଏଆଇସିସି ରାଜ୍ୟ ପ୍ରଭାରୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ହେବ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଏହି ଅବସରରେ ଘେରିବାକୁ ଜୋର୍‌୍‌ଦାର ରଣନୀତି ତୟାର କରିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ ଦେବେ। ପ୍ରଧାନମନ୍ତ୍ରୀ ବିକାଶର ୪୮ ମାସ ବନାମ ୪୮ ବର୍ଷର ସ୍ଥିତିକୁ ଉପସ୍ଥାପନ କରିବେ। ସମାରୋହ ୨୫ରୁ ୧୧ ଜୁନ୍‌ ମଧ୍ୟରେ ପାଳନ କରାଯିବ। ଏହି ସମୟ ଅବଧିରେ ପ୍ରଧାନମନ୍ତ୍ରୀ ମୋଦି ୪ଟି ବଡ଼ ପ୍ରକଳ୍ପର ଶିଳାନ୍ୟାସ କରିବେ। ମେ ୨୭ରେ ପ୍ରଧାନମନ୍ତ୍ରୀ ଇଷ୍ଟର୍ଣ୍ଣ ପେରିଫେରାଲ ଓ ଦିଲ୍ଲୀ ମିରଟ୍‌ ଏକ୍ସପ୍ରେସ୍‌ େଓ୍ଵର ପ୍ରଥମ ପର୍ଯ୍ୟାୟର ଶୁଭାରମ୍ଭ କରିବେ। ଏହା ବ୍ୟତୀତ ଜୁନ୍‌ ଦ୍ୱିତୀୟ ସପ୍ତାହରେ ୪ ବର୍ଷ ପୂର୍ତ୍ତି ସମାରୋହରେ ଚୂଡ଼ାନ୍ତ ପର୍ଯ୍ୟାୟରେ ଆଉ ୨ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। ୪ ବର୍ଷ ପୂର୍ତ୍ତି ଅବସରରେ ସରକାର ଓ ଦଳୀୟସ୍ତରରେ ଦେଶର ପ୍ରତ୍ୟେକ ଗ୍ରାମରେ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ବର୍ଷ ପୂର୍ତ୍ତି ଅବସରରେ ଦେଶରେ ୪ଟି ମେଗା ର‍୍ୟାଲିରେ ମଧ୍ୟ ଉଦ୍‌୍‌ବୋଧନ ଦେବେ। ପ୍ରଥମ ର‍୍ୟାଲି ଓଡ଼ିଶାର କଟକରେ ମେ ୨୬ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରଙ୍କ ୪ ବର୍ଷ ପୂର୍ତ୍ତିର ରିପୋର୍ଟ କାର୍ଡ ଜନତାଙ୍କ ନିକଟରେ ଉପସ୍ଥାପନ କରିବେ। ମେ ୨୭ରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ପ୍ରଦେଶର ବାଗପତ୍‌ରେ ର‍୍ୟାଲିକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦି ମେ ୨୯ରୁ ଜୁନ୍‌ ୨ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଓ ସିଙ୍ଗାପୁର ଗସ୍ତରେ ଯିବେ। ବିଦେଶ ଗସ୍ତରୁ ଫେରିବା ପରେ ସେ ଆଉ ଦୁଇଟି ର‍୍ୟାଲିରେ ଉଦ୍‌ବୋଧନ ଦେବେ। ଜୁନ୍‌ ୧ରେ ମୋଦି ସିଙ୍ଗାପୁରରେ ‘ସାଙ୍ଗରିଲା ଡାଏଲଗ’କୁ ସମ୍ବୋଧନ କରି ଏନ୍‌୍‌ଡିଏ ସରକାରଙ୍କ ଉପଲବ୍ଧି ସଂପର୍କରେ ଅବଗତ କରାଇବେ।

ସମ୍ବନ୍ଧିତ ଖବର