କୁନ୍ଦୁଲି ପୀଡ଼ିତା ଓ ଅଇଁଠାପାଲି ହାଜତ ମୃତ୍ୟୁ ଘଟଣାରେ ନ୍ୟାୟ ଦାବି: ତୃତୀୟ ଦିନରେ କଂଗ୍ରେସର ଧାରଣା

ନୂଆଦିଲ୍ଲୀ : କୁନ୍ଦୁଲି ପୀଡ଼ିତା ଓ ଅଇଁଠାପାଲି ହାଜତ ମୃତ୍ୟୁ ଘଟଣାର ନ୍ୟାୟ ଦାବିରେ କଂଗ୍ରେସର ଏସ୍‌ସି-ଏସ୍‌ଟି ସେଲ ପକ୍ଷରୁ ଦିଲ୍ଲୀ ସଂସଦ ମାର୍ଗରେ ଚାଲିଥିବା ଧାରଣା ତୃତୀୟ ଦିନରେ ପହଞ୍ଚିଛି। ଏହି ଧାରଣାରେ ପୀଡ଼ିତ ପରିବାରର ସଦସ୍ୟମାନେ ମଧ୍ୟ ସାମିଲ ଅଛନ୍ତି। ବରିଷ୍ଟ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ମହିଳା କଂଗ୍ରେସ ସଭାପତି ସୁଶ୍ମିତା ଦେବ, ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ, ପୂର୍ବତନ ସାଂସଦ ଭକ୍ତଚରଣ ଦାସ ଓ କଂଗ୍ରେସ ନେତା କେ.ରାଜୁ ପ୍ରମୁଖ ଆଜି ଏହି ଧାରଣାରେ ଯୋଗ ଦେଇ ନ୍ୟାୟ ଦାବି କରିଥିଲେ। ଏହା ସହିତ ଦାବି ପୂରଣ ନହେବା ଯାଏଁ ଅନଶନ ଜାରି ରହିବ ବୋଲି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସାଗାରିଆ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝି କହିଛନ୍ତି। ଦିନେ ଦୁଇଦିନ ମଧ୍ୟରେ ଏହି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିବାକୁ ଓ କ୍ଷତିପୂରଣ ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦିଆଯିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର