ରାଜନୀତି ପାଇଁ କଂଗ୍ରେସ ଆମକୁ ବଦନାମ କରୁଛି : ରିଲାଏନ୍ସ

ମୁମ୍ବାଇ : ରାଫେଲ ବିମାନ କିଣାରେ ଦୁର୍ନୀତି ହୋଇଥବା ଅଭିଯୋଗ କରୁଛି କଂଗ୍ରେସ । ଏ ନେଇ ମୋଦି ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହି ଡିଲ ଦ୍ୱାରା ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ଫାଇଦା ପହଞ୍ଚାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରୁଛି । କିନ୍ତୁ ବହୁ ଦିନ ଧରି ଚୁପ ରହିବା ପରେ ମୁହଁ ଖୋଲିଛି ଅନୀଲ ଅମ୍ବାନୀଙ୍କ କମ୍ପାନି ରିଲାଏନ୍ସ । କମ୍ପାନି ପକ୍ଷରୁ କୁହାଯାଇଛି ଯେ ନିଜର ରାଜନୈତିକ ଫାଇଦା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅନୀଲଙ୍କୁ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି । କମ୍ପାନି ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ ଏହି ଡିଲ ଭାରତ ସରକାର ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଛି । କଣାଯିବାକୁ ଥିବା ସମୁଦାୟ ୩୬ଟି ଯୁଦ୍ଧ ବିମାନ ଫ୍ରାନ୍ସରେ ହିଁ ତିଆରି ହେବ ଓ ଭାରତକୁ ଆସିବ । ରିଲାଏନ୍ସ ଡିଫେନ୍ସ ଏହାର କୌଣସି ଯନ୍ତ୍ରାଂଶ ନିର୍ମାଣ କରିବ ନାହିଁ, କିମ୍ବା ଟଙ୍କାକର ଲାଭ ମଧ୍ୟ ପାଇବ ନାହିଁ । କିନ୍ତୁ ରିଲାଏନ୍ସକୁ ହଜାର କୋଟି ଟଙ୍କାର ଲାଭ ମିଳିବ ବୋଲି କଂଗ୍ରେସ ମିଥ୍ୟାରେ କହୁଛି ବୋଲି କମ୍ପାନି କହିଛି ।

ସମ୍ବନ୍ଧିତ ଖବର