ମହାତ୍ମାଙ୍କ ପୁତ୍ତଳିକାକୁ ଗୁଳି ମାମଲା: କଂଗ୍ରେସର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଆଜି

ନୂଆଦିଲ୍ଲୀ: ୩୦ ଜାନୁଆରିରେ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ତାଙ୍କ ପୁତ୍ତଳିକାକୁ ହିନ୍ଦୁ ମହାସଭାର ଜଣେ ନେତ୍ରୀ ନକଲି ପିସ୍ତଲରୁ ଗୁଳି ଚଳାଇବା ମାମଲା ଏବେ ଥମିବାର ନାମ ନେଉନାହିଁ। କଂଗ୍ରେସ ଦଳ ଆଜି ଏହି ଘଟଣାକୁ ତୀବ୍ର ନିନ୍ଦା କରି ଏହା ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ କରିବ ବୋଲି ଘୋଷଣା କରିଛି। ସମସ୍ତ ରାଜ୍ୟରେ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଆମ୍‌ ଆଦ୍‌ମି ପାର୍ଟି ମଧ୍ୟ ଏହି ଘଟଣାର ନିନ୍ଦା କରି ମାମଲାକୁ ସଂସଦରେ ଉଠାଇବ ବୋଲି କହିଛି।

ସମ୍ବନ୍ଧିତ ଖବର