ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ମାମଲା: ପିଟିସନ ପ୍ରତ୍ୟାହାର କଲା କଂଗ୍ରେସ,ମାମଲା ଖାରଜ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ନେଇ ଜଷ୍ଟିସ ଏ.କେ. ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ କୋର୍ଟଙ୍କ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଶୁଣାଣୀ କରିବା କରିବା ଅବସରରେ କଂଗ୍ରେସ ପକ୍ଷରୁ ଏହି ପିଟିସନକୁ ପ୍ରତ୍ୟାହାର କରି ନିଆଯାଇଛି।। ବିରୋଧୀ ଦଳ ପକ୍ଷରୁ ଆଗତ ମହାଭିଯୋଗ ନୋଟିସକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ଖାରଜ କରିଦେବାରୁ ଏହାକୁ ଚ୍ୟାଲେଞ୍ଜ କରି କଂଗ୍ରେସ ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଥିଲା। ଆଜି ସକାଳ ୧୦ଟା ୩୦ ମିନିଟରେ ମାମଲାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ କପିଲ ଶିିବଲ ଆଜି କଂଗ୍ରେସ ପକ୍ଷରୁ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡୁଙ୍କ ମହାଭିଯୋଗ ପ୍ରସ୍ତାବ ଖାରଜ ପ୍ରସଙ୍ଗରେ ଯେଉଁ ଆବେଦନ ସୁପ୍ରିମ୍‌ କୋର୍ଟରେ କରାଯାଇଥିଲା, ତାହାକୁ ପ୍ରତ୍ୟାହାର କରି ନେଇଛନ୍ତି।ଏ ପରିପ୍ରେକ୍ଷୀରେ ସୁପ୍ରିମ୍‌ କୋର୍ଟର ଏହି ସମ୍ବିଧାନ ବେଞ୍ଚ ମହାଭିଯୋଗ ସମ୍ପର୍କିତ ପିଟିସନ୍‌କୁ ଖାରଜ କରି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ରାଜ୍ୟସଭାରେ ଯେଉଁ ମହାଭିଯୋଗ ନୋଟିସ ଦିଆଯାଇଥିଲା ତାକୁ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡୁ ଖାରଜ କରି ଦେଇଥିଲେ। ଏ ନେଇ କଂଗ୍ରେସର ୨ ଜଣ ସାଂସଦ ସର୍ବୋଚ୍ଚ ନ୍ୟାାୟାଳୟରେ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣୀ ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଗଠନ କରିଥିଲେ। ଜଷ୍ଟିସ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ବେଞ୍ଚରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ ଏସ୍‌.ଏ. ବବ୍‌ଡେ, ଜଷ୍ଟିସ ଏନ୍‌୍‌.ଭି. ରମଣ, ଜଷ୍ଟିସ ଅରୁଣ ମିଶ୍ର ଏବଂ ଜଷ୍ଟିସ ଏ.କେ. ଗୋଏଲ।
ସୂଚନାଯୋଗ୍ୟ ଯେ କଂଗ୍ରେସର ରାଜ୍ୟସଭା ସାଂସଦ ପ୍ରତାପ ସିଂହ ବାଜଓ୍ଵା ଏବଂ ଅମି ୟାଗ୍‌୍‌ନିକ ଗତକାଲି ଦ୍ୱିତୀୟ ବରିଷ୍ଠ ବିଚାରପତି ଜେ. ଚେଲମେଶ୍ୱରଙ୍କ ଅଦାଲତରେ ଏହି ପିଟିସନ ଦାଖଲ କରିଥିଲେ। କିନ୍ତୁ ସେ ଏହି ପିଟିସନ ପ୍ରଧାନ ବିଚାରପତିଙ୍କ କୋର୍ଟରେ ଦାଖଲ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ତାଙ୍କର କାର୍ଯ୍ୟକାଳ ଆଉ କିଛି ମାସରେ ଶେଷ ହୋଇଯିବ। ଏହାଛଡ଼ା ପ୍ରଧାନ ବିଚାରପତି ହେଉଛନ୍ତି ମାଷ୍ଟର ଅଫ୍‌ ଦି ରୋଷ୍ଟର। ତେଣୁ ପିଟିସନ ତାଙ୍କ କୋର୍ଟରେ ଦାଖଲ କରାଯାଉ। ଅପରପକ୍ଷେ ଶ୍ରୀ ଶିବଲ ଆଜି ଏହି ପିଟିସନ ପ୍ରତ୍ୟାହାର କରି ନେଇଛନ୍ତି।

ସମ୍ବନ୍ଧିତ ଖବର