ବିପୁଳ ସଂଖ୍ୟାରେ ଗୁରୁଦାସପୁର ଲୋକସଭା ଉପନିର୍ବାଚନ ଜିଣିଲେ କଂଗ୍ରେସର ସୁନୀଲ ଜାଖର

ଚଣ୍ଡିଗଡ଼: କଂଗ୍ରେସ ନେତା ସୁନୀଲ ଜାଖର ରବିବାର ଦିନ ଗୁରୁଦାସପୁର ଉପନିର୍ବାଚନରେ ୧, ୯୩, ୨୧୯ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

ଏହି ବିଜୟ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନେତୃତ୍ୱକୁ ସୁଦୃଢ଼ କରିଛି ବୋଲି ଜାଖର କହିଛନ୍ତି। ସେ କହିଛନ୍ତି: ଏହା କଂଗ୍ରେସ ଏବଂ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କର ନିମନ୍ତେ।

ଗଣନା ଆରମ୍ଭରେ କଂଗ୍ରେସ ଆଗୁଆ ରହିବା ପରେ ଦଳୀୟ ଟିକିଟ୍‌ ଦେଇ ଜାଖର୍‌ଙ୍କୁ ପ୍ରାର୍ଥୀ କରାଇଥିବା ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଗୁଡ଼ାଏ ଟୁଇଟ୍‌ ପୋଷ୍ଟ୍‍ କରିଥିଲେ। ସେ ଲେଖିଥିଲେ: ଗୁରଦାସପୁର ଉପନିର୍ବାଚନ ଆଇଏନ୍‌ସିଇଣ୍ଡିଆର ପୁନଉତ୍ଥାନରେ ପ୍ରମୁଖ ପଦକ୍ଷେପ ଦେଇଛି। ୨୦୧୯ ଲୋକସଭା ନିର୍ବାଚନରେ ଦଳର ଉତ୍ଥାନ ହେବ ବୋଲି ଏଥିରୁ ସ୍ପଷ୍ଟ ହୋଇ ପାରିଛି।

ପିଜେପି ନେତା ତଥା ସାଂସଦ ବିନୋଦ ଖାନ୍ନାଙ୍କର ଦେହାନ୍ତ ହେବା ପରେ ଗୁରୁଦାସପୁର ଆସନ ଖାଲି ପଡ଼ିଥିଲା। ଅକ୍ଟୋବର ୧୧ ତାରିଖରେ ଏହି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର