ସଂପୂର୍ଣ୍ଣ ସୁସ୍ଥ ବ୍ୟକ୍ତିଙ୍କୁ ଏଡ୍‌ସ ପୀଡ଼ିତ ବୋଲି କହି ଚିକିତ୍ସା କରୁଥିଲେ ଡ଼ାକ୍ତର,ସତ ସାମ୍ନାକୁ ଆସିବା ପରେ ୫ ଲକ୍ଷ ଟଙ୍କାର ଜରିମାନା କଲେ ଅଦାଲତ 

ପଟ୍‌ନା : ଯେତେବେଳେ ଜଣେ ବ୍ୟକ୍ତିକୁ ଏଡ୍‌ସ ରୋଗରେ ପୀଡ଼ିତ ବୋଲି କୁହାଯାଏ,ସେତେବେଳେ ଲୋକଟିର ଅଧା ଜୀବନ ଚାଲି ଯାଇଥାଏ । ସମାଜର ନିନ୍ଦା ସହିବା ସହ ପରିବାର ଲୋକଙ୍କ ଅନେକ କଥା ଶୁଣିବାକୁ ପଡ଼ିଥାଏ । କିଛି ଲୋକ ଏହି ରୋଗ ବିଷୟରେ ଜାଣି ନିଜର ଜୀବନ ମଧ୍ୟ ହାରିଥାନ୍ତି । ଏହି ରୋଗ ପାଇଁ କୌଣସି ଚିକିତ୍ସା ବାହାରି ନ  ଥିବା ବେଳେ ଦେଶରେ ପ୍ରାୟ ଅନେକ ଲୋକ ଏହି ରୋଗରେ ମୃତ୍ୟୁବରଣ କରୁଛନ୍ତି । ଟିକେ ଭାବନ୍ତୁ ତ ଯଦି ଜଣେ ବ୍ୟକ୍ତି ସୁସ୍ଥ ଥାଇ ମଧ୍ୟ ସେ ଏଡ୍‌ସ ରୋଗରେ ପୀଡ଼ିତ ବୋଲି ତାକୁ କହି ଦିଆଯାଏ,ତେବେ ତାଙ୍କ ଉପରେ କ’ଣ ବିତିବ? ବିହାରର ପାଟ୍‌ନାରେ ଠିକ୍‌ ସେଭଳି ଏକ ଘଟଣା ଘଟିଛି।  ଘରୋଇ ଡ଼ାକ୍ତରଖାନାର ଜଣେ ଡ଼ାକ୍ତର ପୀଡ଼ିତଙ୍କୁ ଏଡ୍‌ସ ରୋଗରେ ଶିକାର ବୋଲି କହିବା ସହ ତାଙ୍କର ଚିକିତ୍ସା କରିବାରେ ଲାଗିଥିଲେ । କିନ୍ତୁ ପରେ ସତ ସାମ୍ନାକୁ ଆସିବା ପରେ ପୀଡ଼ିତ ଉପଭୋକ୍ତା ଫୋରମରେ ଅଭିଯୋଗ ଆଣିଥିଲେ । ପ୍ରଥମେ ଡ଼ାକ୍ତର ଉପଭୋକ୍ତା ଫୋରମ୍‌ର ଆଦେଶ ମାନି ନ ଥିବା ବେଳେ ଏବେ ପୀଡ଼ିତ ପୁଣି ଅଭିଯୋଗ କରିଥିବା ଜଣାପଡ଼ିଛି ।

Catch Hindi

ସୂଚନା ମୁତାବକ,୨୦୧୨ରେ ଲାଲ ବାବୁ ଯାଦବଙ୍କ ଶରୀରରେ ସମସ୍ୟା ଦେଖାଯିବା ପରେ ସେ ଶେଖ୍‌ପୂରା ରାଜାବାଜାରରେ ଥିବା ବିମଲ ହସ୍ପିଟାଲ ଆଣ୍ଡ ରିସର୍ଚ ସେଣ୍ଟରରେ ପହଞ୍ଚିଥିଲେ । ସେଠାରୁ ଲାଲୁଙ୍କୁ ଏଚ୍‌ଆଇଭି ଟେଷ୍ଟ କରିବା ପାଇଁ ପଟ୍‌ନାରେ ଥିବା ଏସ୍‌କେ ଲ୍ୟାବ୍‌କୁ ପଠା ଯାଇଥିଲା । ପରେ ଲାଲବାବୁ  ଏଡ୍‌ସ ରୋଗରେ ପୀଡ଼ିତ ବୋଲି ରିପୋର୍ଟରେ ବାହାରିଥିବା ଡ଼ାକ୍ତର ବିମଲ କହିବା ସହ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ଚିକିତ୍ସାରେ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ଲାଲ୍‌ ଅନ୍ୟ ହସ୍ପିଟାଲକୁ ଯାଇ ନିଜର ପୁନଃ ପରୀକ୍ଷା କରାଇବା ପରେ ରିପୋର୍ଟରେ  ସେ ଏଡ୍‌ସ ପୀଡ଼ିତ ନଥିବା ଜଣା ପଡ଼ିଥିଲା । ଏହା ପରେ ଲାଲ ନୂଆ ରିପୋର୍ଟ ନେଇ ଉପଭୋକ୍ତା କୋର୍ଟ ପହଞ୍ଚି ଡ଼ାକ୍ତରଖାନା ବିରୋଧରେ ଅଭିଯୋଗ ଆଣିଥିଲେ । ପରେ ଡ଼ାକ୍ତରଙ୍କୁ ଅନେକ ନୋଟିସ୍‌ ଦିଆଯିବା ପରେ ମଧ୍ୟ ଡ଼ାକ୍ତର ଅଦାଲତକୁ ଆସି ନଥିଲେ । ଅନେକ ଦିନ ଏଭଳି ଚାଲିବା ପରେ ଲାଲଙ୍କ ସପକ୍ଷରେ ରାୟ ଶୁଣାଇ ଡ଼ାକ୍ତରଙ୍କୁ ଜରିମାନା ଆକାରରେ ୫ ଲକ୍ଷ ଟଙ୍କା ଦେବା ପାଇଁ ଆଦେଶ ଦେଇଥିଲା ଉପଭୋକ୍ତା କୋର୍ଟ । କିନ୍ତୁ ଏ ପର୍ଯ୍ୟନ୍ତ ଲାଲଙ୍କୁ ଟଙ୍କା ମିଳି ନଥିବାରୁ ସେ ପୁଣି ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର