୫ ମାସ ଧରି ଗଣଦୁଷ୍କର୍ମ

ନୂଆଦିଲ୍ଲୀ : ପୂର୍ବ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଘରୋଇ ସହାୟିକା ଗତ ୫ ମାସ ଧରି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଘର ମାଲିକ ଏବଂ ଅନ୍ୟ ୯ ଜଣଙ୍କ ଦ୍ବାରା ସେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ୨୮ ବର୍ଷୀୟା ପୀଡ଼ିତାଙ୍କ ସ୍ବାମୀ ଚାକିରି ହରାଇଥିବାରୁ ସେ ତାଙ୍କର ଜଣେ ପଡ଼ୋଶୀ ମହିଳାଙ୍କ ସହାୟତାରେ ଜଣଙ୍କ ଘରେ ସହାୟିକା ଭାବେ ନିଯୁକ୍ତି ପାଇଥିଲେ। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଥିରେ ୨ ଜଣ ଡାକ୍ତର ମଧ୍ୟ ଅଭିଯୁକ୍ତ ଅଛନ୍ତି।

ସମ୍ବନ୍ଧିତ ଖବର