କଠୁଆ ଗଣଦୁଷ୍କର୍ମ ମାମଲାରେ ବିବାଦୀୟ ମନ୍ତବ୍ୟ ଦେଲେ ନବନିଯୁକ୍ତ ଜମ୍ମୁ କଶ୍ମୀର ଉପ ମୁଖ୍ୟମନ୍ତ୍ରୀ

ଶ୍ରୀନଗର: ଜମ୍ମୁ-କଶ୍ମୀର ନବନିଯୁକ୍ତ ଉପ-ମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା ସୋମବାର ଶପଥ ଗ୍ରହଣ କରୁ କରୁ କଠୁଆ ନାବାଳିକା ଗଣଦୁଷ୍କର୍ମ ମାମଲା ପ୍ରସଙ୍ଗରେ ମନ୍ତବ୍ୟ ଦେଇ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି। ଶପଥ ଗ୍ରହଣ ପରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ କଠୁଆ ଦୁଷ୍କର୍ମ ଏକ ମାମୁଲି ପ୍ରସଙ୍ଗ। ସେ ଘଟଣାକୁ ଅଯଥାରେ ବଢ଼େଇ ଚଢ଼େଇ ପ୍ରଚାର କରାଯିବା ଅନୁଚିତ। ଜଣେ ଆର୍‌ଏସ୍‌ଏସ୍‌ ସପକ୍ଷବାଦୀ ଭାବେ ପରିଚିତ ଗୁପ୍ତା ପରେ ସଫେଇ ଦେଇ କହିଛନ୍ତି ଯେ, ଯେହେତୁ କଠୁଆ ଦୁଷ୍କର୍ମ ଘଟଣା ସୁପି୍ରମକୋର୍ଟଙ୍କ ବିଚାରାଧୀନ ରହିଛି ତେଣୁ ଏ ନେଇ ଅଯଥାରେ ଆଲୋଚନା କରାଯିବା ଅନୁଚିତ।

ସମ୍ବନ୍ଧିତ ଖବର