ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ଵିଟର୍ରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ବିରୋଧରେ ଦିଆଯାଉଥିବା ଅପମାନସୂଚକ ଟିପ୍ପଣୀକୁ ଯଥାର୍ଥ ବୋଲି ୪୦ ପ୍ରତିଶତ ଲୋକ ଦର୍ଶାଇଛନ୍ତି। ନିକଟରେ ଏକ ହିନ୍ଦୁ-ମୁସ୍ଲିମ୍ ଦମ୍ପତିଙ୍କୁ ପାସପୋର୍ଟ ପ୍ରଦାନରେ ଉପୁଜିଥିବା ସମସ୍ୟାରେ ସୁଷମାଙ୍କ ହସ୍ତକ୍ଷେପ ପରେ ତାଙ୍କୁ ସୋସିଆଲ ମିଡିଆରେ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ସଂଖ୍ୟାଲଘୁ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ମନ୍ତ୍ରାଳୟ ଏଭଳି ପଦକ୍ଷେପ ନେଇଥିଲା ବୋଲି ଲୋକମାନେ ଦର୍ଶାଇଥିଲେ। ଏହାକୁ ନେଇ ସମାଲୋଚନା ବଢ଼ିବା ପରେ ସୁଷମା ଏହି ପ୍ରସଙ୍ଗରେ ଏକ ଟ୍ଵିଟର୍ ପୋଲ୍ରେ ଲୋକଙ୍କ ମତାମତ ଲୋଡ଼ିଥିଲେ। ତାଙ୍କ ବିରୋଧରେ ଲୋକମାନେ ଦେଉଥିବା ଅପମାନସୂଚକ ଟିପ୍ପଣୀକୁ ନେଇ ସେମାନଙ୍କ ମତ କ’ଣ ବୋଲି ଜାଣିବାକୁ ଚାହିଁଥିଲେ। ଏଭଳି ନକାରାତ୍ମକ ଟ୍ଵିଟ୍ ଯଥାର୍ଥ କି ବୋଲି ସେ ପ୍ରଶ୍ନ କରିଥିଲେ। ଆଜି ସନ୍ଧ୍ୟା ସୁଦ୍ଧା ଏହି ଅନ୍ଲାଇନ୍ ପୋଲ୍ରେ ମୋଟ ୯୪,୦୦୦ ଲୋକ ଭାଗ ନେଇ ନିଜ ମତାମତ ପ୍ରଦାନ କରିଥିଲେ। ଏମାନଙ୍କ ମଧ୍ୟରୁ ଯଦିଓ ଉକ୍ତ ଟିପ୍ପଣୀକୁ ଅଧିକାଂଶ (୫୮%) ଲୋକ ନାପସନ୍ଦ କରିଥିଲେ, କିନ୍ତୁ ବାକି ଲୋକମାନେ ସୁଷମାଙ୍କ ପ୍ରଶ୍ନରେ ‘ହଁ’ ଭରିଥିଲେ। ଅର୍ଥାତ୍ ଲୋକମାନେ ତାଙ୍କ ବିରୋଧରେ ଯେଉଁ ଟିପ୍ପଣୀ ଗତ କିଛିଦିନ ଧରି ଦେଇଆସୁଛନ୍ତି, ତାହା ଯଥାର୍ଥ ବୋଲି ସେମାନେ ସଙ୍କେତ ଦେଇଥିଲେ।
ସୁଷମାଙ୍କ ବିରୋଧରେ ଅପମାନସୂଚକ ଟ୍ଵିଟ୍
ଯଥାର୍ଥ ବୋଲି ଦର୍ଶାଇଲେ ୪୦%
/sambad/media/post_attachments/wp-content/uploads/2018/07/sushma-swaraj-pti-650_625x300_1527533602697.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)