ହିନ୍ଦୁ ସମାଜ ପାର୍ଟିର ପ୍ରଦେଶ ଅଧ୍ୟକ୍ଷଙ୍କ ବୟାନ: ମୁସଲମାନ ମୁକ୍ତ ଭାରତ ଗଢ଼ିବାକୁ ଖୋଲି ପାରନ୍ତି ଏକେ-୪୭ କାରଖାନା

ରାଞ୍ଚି: ଝାଡ଼ଖଣ୍ଡର ଜଣେ ହିନ୍ଦୁବାଦୀ ନେତା ଏକ ବୟାନରେ କହିଛନ୍ତି, ସେ ଭାରତକୁ ଇସଲାମ୍‌ ମୁକ୍ତ ତଥା ମୁସଲମାନ ମୁକ୍ତ କରିବାକୁ ଚାହାନ୍ତି। ଏଥି ପାଇଁ ସେ ଏକେ-୪୭ କାରଖାନା ଖୋଲିବାକୁ ପ୍ରସ୍ତୁତ ଅଛନ୍ତି। ଏହି ନେତା ଜଣକ ହେଉଛନ୍ତି କଥିତ ରୂପରେ ହିନ୍ଦୁ ସମାଜ ପାର୍ଟିର ଝାଡ଼ଖଣ୍ଡ ଅଧ୍ୟକ୍ଷ। ହିନ୍ଦୁବାଦୀ ନେତାଙ୍କ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ କିଛି ୟୁଜର୍ସ ଏହି ଭିଡ଼ିଓକୁ ନିଜର ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ଦେଖାଯାଉଛି ଯେ, ଜଣେ ସାମ୍ବାଦିକ ଯେତେବେଳେ ପ୍ରଶ୍ନ କରୁଛନ୍ତି, ଉତ୍ତର ହିନ୍ଦୁବାଦୀ ସପକ୍ଷରେ ଯାଉଛି। ଗଣମାଧ୍ୟମର ପ୍ରତିନିଧିଙ୍କୁ ହିନ୍ଦୁ ସମାଜ ପାର୍ଟିର ନେତା କହିଛନ୍ତି, ତାଙ୍କ ପାର୍ଟିର ଏକ ମାତ୍ର ଲକ୍ଷ୍ୟ ହେଉଛି ଇସଲାମ ମୁକ୍ତ ଭାରତ। ହିନ୍ଦୁବାଦୀ ନେତା କହିଛନ୍ତି, ବିର୍ସା ମୁଣ୍ଡାର ମାଟି ହେଉଛି ଝାଡ଼ଖଣ୍ଡର ଆଦିବାସୀ ଭାଇଙ୍କ ଜନ୍ମଭୂମି। ଏହା ହେଉଛି ସନାତନ ଧର୍ମକୁ ସମ୍ମାନ କରୁଥିବା ଲୋକଙ୍କର ମାଟି। ଏଠାରେ ଇସଲାମ ମୁକ୍ତ କରିବାରେ କାମ କରୁଛି।

ହିନ୍ଦୁବାଦୀ ନେତା କହିଛନ୍ତି, ସେ ଚାହାନ୍ତି ପ୍ରତ୍ୟେକ ହିନ୍ଦୁ ନିଜ ଘରେ ଖଣ୍ଡା ରଖନ୍ତୁ। ସାମ୍ବାଦିକ ଯେତେବେଳେ ଏହାର କାରଣ ସମ୍ପର୍କରେ ଜାଣିବାକୁ ଚାହିଁଲେ, ଉତ୍ତର ମିଳିଲା ଯେ, ଯଦି ହିନ୍ଦୁମାନେ ଘରେ ଖଣ୍ଡା ନରଖିବେ, ତେବେ ମୁସଲମାନମାନେ ଘରକୁ ପ୍ରବେଶ କରିବେ। ଆମର ବୋହୂ ଓ ଝିଅଙ୍କ ପ୍ରତି ହିଂସା ଆଚରଣ କରିପାରନ୍ତି। ଆପଣ କ’ଣ ଭାବୁଛନ୍ତି ଏଣିକି ଲୋକତନ୍ତ୍ରର ରାସ୍ତା ଖଣ୍ଡା ଜରିଆରେ ଠିକ ହୋଇ ପାରିବ ବୋଲି ସାମ୍ବାଦିକ ଜଣକ ପ୍ରଶ୍ନ ପଚାରିବାରୁ ହିନ୍ଦୁବାଦୀ ନେତା ଜଣକ କହିଲେ, ହିନ୍ଦୁମାନେ ଆମକୁ ସମର୍ଥନ ଦେଲେ ଖଣ୍ଡା ଛାଡ଼ନ୍ତୁ, ଏକେ-୪୭ ଓ ରାଇଫଲ କାରଖାନା ଆରମ୍ଭ ହୋଇ ଯିବ।

ଏହି ଭିଡିଓକୁ ସେୟାର କରିଥିବା ୟୁଜର୍ସ କହିଛନ୍ତି ଆରଏସଏସର ନିର୍ଦ୍ଦେଶରେ ଏହା ପ୍ରସ୍ତୁତ ହୋଇଛି। ଏହି ଭିଡିଓ ଉପରେ ୟୁଜର୍ସ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ହିନ୍ଦୁବାଦୀ ନେତାଙ୍କ ବିଷୟରେ ଆଲୋଚନା କରୁଥିବା ବେଳେ କିଛି ଲୋକ ସମର୍ଥନ ମଧ୍ୟ କରୁଛନ୍ତି।

ସୂଚନାଯୋଗ୍ୟ ନିକଟରେ ଉତ୍ତରାଖଣ୍ଡରେ ଏକ ମନ୍ଦିରରେ ମୁସଲିମ ଯୁବକ ସହିତ ଜଣେ ହିନ୍ଦୁ ଯୁବତୀଙ୍କ ସହିତ ଧରାପଡ଼ିଯିବାରୁ ସ୍ଥାନୀୟ ଲୋକେ ନିସ୍ତୁକ ପିଟିଥିଲେ। କିନ୍ତୁ ଜଣେ ପୁଲିସ ଅଧିକାରୀଙ୍କ ସାହସପୂର୍ଣ୍ଣ କର୍ତ୍ତବ୍ୟ ଯୋଗୁଁ ଯୁବକ ଜଣକ ମରଣରୁ ବଞ୍ଚି ଯାଇଥିଲେ। ଏହି ଘଟଣା ଉତ୍ତରାଖଣ୍ଡରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧିତ ଖବର