ଶ୍ରୀନଗର: ଥାନା ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼, କନଷ୍ଟେବଳ ମୃତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଏକ ଥାନା ଭିତରେ ପଶି କେତେକ ଆତଙ୍କବାଦୀ ରବିବାର ସକାଳେ ଜଣେ ପୁଲସ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି। ଥାନା ଭିତରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ ସହିତ ଆଖିବୂଜା ଗୁଳି ଚାଳନା କରିବାରୁ ପୁଲିସ କନଷ୍ଟେବଳ ଜଣକ ଗୁରୂତର ଭାବେ ଆହତ ହୋଇତିଷଳ। ତପରେସେ ଡାକ୍ତରଖାନାରେ ଚିକିତ୍ସିିତ ହେଉଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ତେବେ ଏହି ଆତଙ୍କବାଦୀ ଆକ୍ରମଣରେ କେତେଜଣ ସମ୍ପୃକ୍ତ ଥିଲେ ତାହା ଜଣା ପଡ଼ି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ କଶ୍ମୀରର  ଏକ ଥାନାରେ ଆଜି ସକାଳେ ଆତଙ୍କବାଦୀମାନେ ପଶି ଗୁଳି ଓ ଗ୍ରେନେଡ୍‌ ମାଡ଼ କରିଛନ୍ତି। ଏହି ଗ୍ରେନ୍‌ଡ ମାଡ଼ରେ ଥାନାକୁ ଜଗିଥିବା କନଷ୍ଟେବଳ ସାକିବ ଅହମ୍ମଦ ମୀର(୨୩ ବର୍ଷ) ଗୁରୁତର ଭାବେ ଆହତ ହୋଇଥିଲେ। ଆଖିବୁଜା ଗୁଳି ଚାଳନା କରି ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପରେ ସୁରକ୍ଷା କର୍ମୀମାନେ ମୀରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷେ ଏହି ଘଟଣା ପରେ ସୁରକ୍ଷା କର୍ମୀମାନେ ସମଗ୍ର ଅଞ୍ଚଳକୁ ଘେରାଉ କରି ରଖି ସର୍ଚ୍ଚ ଅପରେସନ୍‌ ଚଳାଇଛନ୍ତି।

ସମ୍ବନ୍ଧିତ ଖବର