କପର୍ ପ୍ଲାଣ୍ଟ୍ ବିରୋଧୀ ଆନ୍ଦୋଳନ ତେଜିଲା
ଷ୍ଟାଲିନ୍ ଅଟକ, ତାମିଲନାଡ଼ୁ ବନ୍ଦ ଆଜି
ଚେନ୍ନାଇ: ତାମିଲନାଡ଼ୁର ତୁତିକୋରିନ୍ରେ ଲଗାତାର ତୃତୀୟ ଦିନପାଇଁ ବିଦାନ୍ତ ବିରୋଧୀ ଉତ୍ତେଜନା ଲାଗି ରହିଛି। ବେଦାନ୍ତ ଷ୍ଟେରଲାଇଟ୍ କପର୍ ପ୍ଲାଣ୍ଟ୍ ବନ୍ଦ ଦାବିରେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ପୁଲିସ ଗୁଳିଚାଳନାକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ସମର୍ଥନ କରିଥିବାରୁ ଏହାକୁ ନେଇ ଅସନ୍ତୋଷ ବଢ଼ିଛି। ବିରୋଧୀ ଦଳ ଡିଏମ୍କେ ଏବେ ଏହି ଘଟଣାକୁ ନେଇ ଆସନ୍ତାକାଲି ତାମିଲନାଡ଼ୁ ବନ୍ଦ ଡାକରା ଦେଇଛି। ପୁଲିସ ଗୁଳିରେ ୧୩ ସାଧାରଣ ଲୋକଙ୍କର ମୃତ୍ୟୁ ଘଟଣାକୁ ଡିଏମ୍କେ ସହ ଅନ୍ୟ ବିରୋଧୀ ଦଳ ଗୁଡ଼ିକ କଡ଼ା ସମାଲୋଚନା କରିଛନ୍ତି।