ଲକ୍‌ଡାଉନ୍‌ ସମୟରେ ଜନ୍ମ ହେଲେ ‘କରୋନା’, ‘କୋଭିଡ୍‌’

ରାୟପୁର: ଛତିଶଗଡ଼ର ରାୟପୁରରେ ଜଣେ ବ୍ୟକ୍ତି ତାଙ୍କ ଦୁଇ ଜାଆଁଳା ଶିଶୁଙ୍କ ନାମ ‘କରୋନା’ ଏବଂ ‘କୋଭିଡ୍‌’ ଦେଇଛନ୍ତି। ଲକ୍‌ଡାଉନ୍‌ ସମୟରେ ଜନ୍ମ ହୋଇଥିବାରୁ ସେମାନଙ୍କ ବାପା ମା’ ସେମାନଙ୍କ ନାମ କରୋନା ଏବଂ କୋଭିଡ୍‌ ରଖିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ପୁଅ ଏବଂ ଜଣେ ଝିଅ। ଉକ୍ତ ଜାଆଁଳା ଶିଶୁଙ୍କ ବାପା ମା’ କହିଛନ୍ତି, ଲକ୍‌ଡାଉନ୍‌ ସମୟରେ ଏକ ସଫଳ ଡେଲିଭରି ପାଇଁ ସେମାନଙ୍କୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡ଼ିଛି। ଏହାକୁ ସାରା ଜୀବନ ମନେ ରଖିବାପାଇଁ ସେମାନେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ପରବର୍ତ୍ତୀ ସମୟରେ ଯଦି ପରିସ୍ଥିତି ଉପୁଜ‌େ ଦୁଇ ଜାଆଁଳା ଶିଶୁଙ୍କ ନାମ ବଦଳାଯିବ ବୋଲି ସେମାନଙ୍କ ମା’ ପ୍ରୀତି ବର୍ମା କହିଛନ୍ତି। ହସ୍ପିଟାଲ୍‌ର ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀ ମଧ୍ୟ ଏହି ୨ ଶିଶୁଙ୍କୁ କରୋନା ଏବଂ କୋଭିଡ୍‌ ବୋଲି ଡାକିଥିଲେ।

ସମ୍ବନ୍ଧିତ ଖବର