ଦେଶରେ କରୋନା ଟେଷ୍ଟିଂ ୨ ମାସରେ ୧୦୦ ଗୁଣ

ନୂଆଦିଲ୍ଲୀ: ଭାରତରେ ଏବେ ପ୍ରତିଦିନ ୧ ଲକ୍ଷ କରୋନା ଟେଷ୍ଟ୍‌ କରାଯାଉଛି। ଜାନୁଆରି ୨୪ରେ ପୁନେର ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରେ ପ୍ରଥମ ଟେଷ୍ଟ୍‌ କରାଯାଇଥିଲା। ପ୍ରଥମେ ଦେଶରେ ଗୋଟିଏ ଲ୍ୟାବ୍‌ରେ ଗୋଟିଏ ‌ଟେଷ୍ଟ୍‌ କରାଯାଉଥିଲା। ଫେବ୍ରୁଆରି ପ୍ରଥମ ସପ୍ତାହରେ ଦେଶରେ ‌କେବଳ ୪ଟି ଲ୍ୟାବ୍‌ରେ ଟେଷ୍ଟ୍‌ କରାଯାଉଥିଲା। ତେବେ ମାର୍ଚ୍ଚରେ ପ୍ରତିଦିନ ଦେଶରେ ୧,୦୦୦ କରୋନା ଟେଷ୍ଟ୍‌ କରାଯାଇଥିଲା। କିନ୍ତୁ ଚଳିତ ମାସରେ ଏହ‌ା ୧ ଲକ୍ଷରେ ପହଞ୍ଚିଛି। ଆଇସିଏମ୍‌ଆର ଅନୁଯାୟୀ ଦେଶରେ ଏଯାବତ୍‌ ୨୫ ଲକ୍ଷରୁ ଅଧିକ କରୋନା ଟେଷ୍ଟ୍‌ କରାଯାଇଛି। ଗତ ୬୦ ଦିନ ମଧ୍ୟରେ ଭାରତର ଟେଷ୍ଟିଂ ଦକ୍ଷତା ୧୦୦ ଗୁଣା ବୃଦ୍ଧି ପାଇଛି।

ଟେଷ୍ଟିଂ ବଢ଼ିବା ଦ୍ବାରା ଦେଶରେ ଅଧିକ ସଂକ୍ରମଣ ମାମଲା ବି ଚିହ୍ନଟ ହେଉଛି। ଗତ ୩ ଦିନ ମଧ୍ୟରେ ଦେଶରେ ୧୬ ହଜାର ନୂଆ ମାମଲା ଚିହ୍ନଟ ହୋଇଛି। ତେବେ ତଥ୍ୟରୁ ଏହା ଜଣାପଡ଼ିଛି ଯେ, ଭାରତ ଏବେ ବି ଅନ୍ୟ ଦେଶ ତୁଳନାରେ ଟେଷ୍ଟିଂରେ ବହୁତ ପଛରେ ରହିଛି। ପ୍ରତି ନିୟୁତରେ ଭାରତ ୨,୦୦୦ ଟେଷ୍ଟ୍‌ କରୁଥିବା ବେଳେ ସ୍ପେନ୍‌ ୬୫ ହଜାର, ଆମେରିକା ଓ ଜର୍ମାନୀ ପ୍ରାୟ ୩୮ ହଜାର ଏବଂ ଫ୍ରାନ୍ସ ୨୧ ହଜାର ଟେଷ୍ଟ୍‌ କରୁଛି। ‘ହୁ’ ପରାମର୍ଶରେ ଭାରତ ଅଧିକ ଟେଷ୍ଟିଂ କରୁଛି।

ସମ୍ବନ୍ଧିତ ଖବର