୮ଟି ସମ୍ଭାବ୍ୟ କରୋନା ଟିକାର ନୈଦାନିକ ପରୀକ୍ଷଣ ଜାରି, ମଡର୍ନା ପ୍ରସ୍ତୁତ ଟିକାକୁ ନେଇ ଆଶା

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ  ‘ହୁ’ର ସାମୂହିକ ଉଦ୍ୟମ ସ୍ବରୂପ ବିଶ୍ବର ବିଭିନ୍ନ ପ୍ରାନ୍ତରେ ସମ୍ପ୍ରତି ୮ଟି ସମ୍ଭାବ୍ୟ ଟିକାର ନୈଦାନିକ ପରୀକ୍ଷଣ ଜାରି ରହିଛି। ଅନ୍ୟ ୧୧୦ଟି ଟିକା ପାଇଁ ମଧ୍ୟ ପରୀକ୍ଷାନିରୀକ୍ଷା ବିଭିନ୍ନ ସ୍ତରରେ ରହିଛି। ଏଥିରେ ସର୍ବାଗ୍ରେ ଥିବା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବିକଶିତ ସିଏଚ୍ଏଡିଓଏକ୍ସ୧ ନାମକ ଟିକାର ପଶୁଙ୍କ ଠାରେ ନୈଦାନିକ ପରୀକ୍ଷଣ ବିଫଳତା ଚିକିତ୍ସାବିଜ୍ଞାନୀମାନଙ୍କୁ ହତୋତ୍ସାହିତ କରିଛି। ତେବେ ଆମେରିକାର ମଡର୍ନା ଔଷଧ କମ୍ପାନି ଦ୍ବାରା ପ୍ରସ୍ତୁତ ଅନ୍ୟ ଏକ ଟିକାର ନୈଦାନିକ ପରୀକ୍ଷଣର ଅନୁକୂଳ ଫଳାଫଳ ଆଶା ସଂଚାର କରି ରଖିଛିା

ମହାମାରୀ କୋଭିଡ୍–୧୯ ଦାଉରୁ ମୁକୁଳିବା ଉେଦ୍ଦଶ୍ୟରେ ମଡର୍ଣ୍ଣା କମ୍ପାନି ଦ୍ବାରା ପ୍ରସ୍ତୁତ ଆମ୍ଆର୍ଏନ୍ଏ–୧୨୭୩ ନାମକ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସଫଳ ସାବ୍ୟସ୍ତ ହୋଇଛିା ପାରମ୍ପରିକ ପଦ୍ଧତିକୁ ଗ୍ରହଣ ନକରି ଏହି ଟିକା ପ୍ରସ୍ତୁତିରେ ବ୍ୟବହୃତ ଆର୍ଏନ୍ଏ ଭିତ୍ତିକ ପ୍ରକ୍ରିୟା ହିଁ ଏହାର ସଫଳତାର ମାତ୍ରା ବଡ଼ାଇଥିବା ଚର୍ଚ୍ଚା ହେଉଛିା ଗତ ମାର୍ଚ୍ଚ ମାସରେ ଉକ୍ତ କମ୍ପାନି ୮ ଜଣ ସ୍ବେଚ୍ଛାସେବୀଙ୍କ ଠାରେ ଏହାର ନୈଦାନିକ ପରୀକ୍ଷଣ କରିଥିବା ବେଳେ ଆଗାମୀ ଜୁଲାଇରେ ଏହାର ବହୁଳ ପରୀକ୍ଷଣ ପାଇଁ ପ୍ରସ୍ତୁତି ଜାରି ରହିଛିା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପ୍ରସ୍ତୁତ ସିଏଚ୍ଏଡିଓଏକ୍ସ୧ ଟିକା ‘ରିଜସ୍‌ ମାକାକ୍’ ଶ୍ରେଣୀର ପାତିମାଙ୍କଡ଼ଙ୍କ ଶରୀରରେ ବିଫଳ ହୋଇଛି। ଟିକା ନେଇଥିବା ମାଙ୍କଡ଼ମାନଙ୍କ ଶରୀରରେ ବିକଶିତ ହୋଇଥିବା ନିର୍ଦ୍ଦିଷ୍ଟ ବର୍ଗର ରୋଗପ୍ରତିରୋଧକ ମଧ୍ୟ ଆଗକୁ ବିଶେଷ ଭୂମିକା ନିଭାଇପାରେ।

ସେହିପରି ବେଜିଂ ସ୍ଥିତ ସିନୋଭାକ୍ ବାୟୋଟେକ୍ ଲି.ପକ୍ଷରୁ ବିକଶିତ କୋଭିଡ୍–୧୯ ଟିକାର ନିରାପତ୍ତା ଓ ଉପାଦେୟତା ଚୂଡା଼ନ୍ତ ନୈଦାନିକ ପରୀକ୍ଷଣ ପାଇଁ ସଜବାଜ ଚାଲିଛି। ‘ପିକୋଭାକ୍’ ନାମକ ଏହି ଟିକାର ନୈଦାନିକ ପରୀକ୍ଷଣ ସ୍ବରୂପ ଏକପ୍ରକାର ଭାରତୀୟ ପ୍ରଜାତି ମାଙ୍କଡ଼(ରିଜସ୍‌ ମାକାକ୍ସ)ଙ୍କ ଠାରେ ପ୍ରୟୋଗ କରାଯିବ। ଆମେରିକାର ଫାଇଜର କମ୍ପାନି ସହ ଜର୍ମାନୀର ବାୟୋଏଣ୍ଟେକ୍ କମ୍ପାନିର ଟିକା ପ୍ରସ୍ତୁତିରେ ଅଗ୍ରଗତି ହୋଇଛିା ପ୍ରଥମେ ୩୬୦ ଜଣ ସ୍ବେଚ୍ଛାସେବୀଙ୍କ ଠାରେ ବିଏନ୍ଟି–୧୬୨ ନାମକ ଏହି ଟିକାର ବିଭିନ୍ନ ମାତ୍ରା ପ୍ରୟୋଗ କରାଯିବା ପରେ ଫଳାଫଳକୁ ଅନୁଧ୍ୟାନ କରି ଜୁଲାଇ ମାସରେ ୮,୦୦୦ ସ୍ବେଚ୍ଛାସେବୀଙ୍କୁ ଦିଆଯିବ। ଆମେରିକାର ନୋଭାମାକ୍ସ କମ୍ପାନି ମଧ୍ୟ ୩୮୮ ନିୟୁତ ଡଲାର ଖର୍ଚ୍ଚ କରି ଏନ୍ଭିଏକ୍ସ–କୋଭ୍୨୩୭୩ ନାମକ ଏକ ଟିକା ପ୍ରସ୍ତୁତ କରିଛି।

ଏହି ଟିକା ଅଭିଯାନରେ ସାମିଲ ହୋଇ ଲଣ୍ତନ ସ୍ଥିତ ଆନ୍ତର୍ଜାତିକ ସିଗାରେଟ୍ ଜର୍ଦ୍ଦା ପ୍ରସ୍ତୁତକାରୀ କମ୍ପାନି ବ୍ରିଟିସ ଆମେରିକାନ୍ ଟବାକୋ(ବିଏଟି) କମ୍ପାନି ପକ୍ଷରୁ ଏକ ଟିକାର ବାହାର କରିଛି। ସେହିପରି ଇନୋଭିଓ ଫାର୍ମାସ୍ୟୁଟିକାଲ୍ସ ମଧ୍ୟ ଏହାର ସାନ୍‌ଡିଏଗୋ ସ୍ଥିତ କାରଖାନାରେ ଇନୋ–୪୮୦୦ ନାମକ ଏକ ଟିକା ପ୍ରସ୍ତୁତ କରିଛି। ଗତ ଏପ୍ରିଲ ମାସରେ ଏହାର ପ୍ରାରମ୍ଭିକ ନୈଦାନିକ ପରୀକ୍ଷଣ ସରିଥିବା ବେଳେ ଜୁନ୍ ବେଳକୁ ଏହାର ଫଳାଫଳ ଜଣାପଡି଼ବ।

ସମ୍ବନ୍ଧିତ ଖବର