ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତ ସଂଖ୍ୟା ୩୪ ଛୁଇଁଲା

ମୋଦୀ କଲେ ସ୍ଥିତିର ଅନୁଧ୍ୟାନ

ନୂଆଦିଲ୍ଲୀ: ମାରାତ୍ମକ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା  ଭାରତରେ ବି ବଢ଼ିଚାଲିଛି । ସମ୍ପ୍ରତି କରୋନାଭାଇରସ୍‌ରେ ସଂକ୍ରମଣର ତିନିଟି ନୂଆ ଘଟଣା ସାମ୍ନାକୁ ଆସିଛି। ଫଳରେ ଭାରତରେ କରୋନାଭାଇରସ୍‌ ପଜିଟିଭ୍‌ ଥିବା ରୋଗୀଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ସମ୍ବୋଧନ କରି ସତର୍କ କରାଇଛନ୍ତି। ସେ କହିଛନ୍ତି, ‘କରୋନା ନେଇ ବର୍ତ୍ତମାନ ବହୁ ଗୁଜବ ଘୁରିବୁଲିବ। ଆପଣମାନେ ସେସବୁକୁ ବିଶ୍ବାସ କରନ୍ତୁନାହିଁ। ଦେହ ଖରାପ ହେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ନିଜେ ନିଜର ଡାକ୍ତର ଆଦୌ ହୁଅନ୍ତୁ ନାହିଁ। ଏବେ ସାରା ବିଶ୍ବ ହାତମିଳାଇବା ଛାଡ଼ି ନମସ୍ତେ କହିବା ଆରମ୍ଭ କରିଛି। ଆପଣମାନେ ବି ଏଣିକି ନମସ୍ତେ କହି ଅଭିବାଦନ ଜଣାନ୍ତୁ ଓ କରୋନାଠାରୁ ଦୂରରେ ରହନ୍ତୁ।’

Image result for corona-virus-india-positive-case-ladakh
The Financial Express

ସୂଚନାଯୋଗ୍ୟ, ଓମାନ୍‌ରୁ ଫେରିଥିବା ତାମିଲନାଡୁର ଜଣେ ବ୍ୟକ୍ତିଙ୍କ ରକ୍ତରେ କରୋନାଭାଇରସ୍‌ ସଂକ୍ରମିତ ଥିବା ଚିହ୍ନଟ ହୋଇଛି। ଏତଦବ୍ୟତୀତ ଇରାନ୍‌ ଓ ଲଦାଖରୁ ଫେରିଥିବା ଅନ୍ୟ ଦୁଇଜଣଙ୍କ ରକ୍ତରେ ବି କରୋନାଭାଇରସ୍‌ ପିଜିଟିଭ ଥିବା ରକ୍ତପରୀକ୍ଷା ରିପୋର୍ଟରେ ପ୍ରକାଶ ପାଇଛି। ଏମିତିରେ ଦେଖିବାକୁ ଗଲେ ଦେଶରେ ଏହି ମାରାତ୍ମକ କରୋନାଭାଇରସ୍‌ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି।

ଚୀନର ଉହାନ୍‌କୁ କରୋନାଭାଇରସ୍‌ର ଏନ୍ତୁଡିଶାଳ କୁହାଯାଉଥିବା ବେଳେ ଏବେ ଏହି ଭାଇରସ୍‌ ସମଗ୍ର ଦୁନିଆରେ ବ୍ୟାପିବାରେ ଲାଗିଛି। ଏବଯାତ ୯୦ହଜାରରୁ ଅଧିକ ଲୋକ ଏହି କରୋନାଭାଇରସ୍‌ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି। କେବଳ ଏତିକି ନୁହେଁ, ପୃଥିବୀରେ ତିନିହଜାରରୁ ଅଧିକ ଲୋକ ଏହି କରୋନାଭାଇରସ୍‌ରେ ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି।

Image result for corona-virus-india-positive-case-ladakh
Fidar News

କରୋନାଭାଇରସ୍‌ ସଂକ୍ରମଣକୁ ନେଇ ଭାରତବାସୀଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପ୍ରକାର ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀ ଦିଲ୍ଲୀରେ କରୋନାଭାଇରସ୍‌କୁ ନେଇ ହୋଇଥିବା ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଯାବତ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସମସ୍ତ ସୂଚନା ଦେଇଥିଲେ। ଏଥିସହିତ ଦେଶର ୫୨ଟି ପରୀକ୍ଷାଗାରରେ ରକ୍ତ ନମୁନା ପରୀକ୍ଷା କରାଯାଉଛି ବୋଲି ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି।

ସମ୍ବନ୍ଧିତ ଖବର