ସାମ୍ନାକୁ ଆସିଲା କରୋନାର ସତ, ଲ୍ୟାବରୁ ହିଁ ବ୍ୟାପିଛି ଏହି ଭୟଙ୍କର ଭୂତାଣୁ !

ବୈଜ୍ଞାନିକ କହିଲେ କେମିତି ଜନ୍ମ ନେଲା ଚାଇନା ଭାଇରସ୍

ନୂଆଦିଲ୍ଲୀ: ଚୀନରେ କାୟା ମେଳାଇଥିବା କରୋନା ଭାଇରସରେ ସଂକ୍ରମଣ ହୋଇ ଏଯାବତ୍ ୧୮ ଶହରୁ ଅଧିକ ଲୋକଙ୍କର ଜୀବନ ଗଲାଣି । ଏହି ଭୟଙ୍କର ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି । ଏପରିକି ବିଶ୍ୱର ବଡ ବଡ ଖ୍ୟାତନାମା ବୈଜ୍ଞାନିକମାନେ ଏହି ଘାତକ ଭୂତାଣୁକୁ ରୋକିବା ପାଇଁ ଅନେକ ରିସର୍ଚ୍ଚ କଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ କୌଣସି ବି ସୁଫଳ ମିଳିପାରିନାହିଁ । ଏବେ ପ୍ରଶ୍ନ ଉଠୁଛି କି ପ୍ରକୃତରେ ଏହି କରୋନା ଭାଇରସ ଦୁନିଆକୁ ଆସିଲା କେମିତି ?

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହି ଭାଇରସ ଚୀନର ହୁବେଇରୁ ହିଁ ଆରମ୍ଭ ହୋଇଛି । କାରଣ ଏହି ଭୂତାଣୁର ଭୟଙ୍କର ପ୍ରଭାବ ପ୍ରଥମେ ହୁବେଇର ରାଜଧାନୀ ଉହାନରେ ହିଁ ଦେଖିବାକୁ ମିଳିଥିଲା । ତେବେ ମିଳିଥିବା ସୂଚନା ଅନୁସାରେ, ଚୀନର କିଛି ବୈଜ୍ଞାନିକ ଏବେ ସ୍ୱୀକାର କରିଛନ୍ତି କି ଏହି ଭୟଙ୍କର ଭାଇରସର ଜନ୍ମ ଉହାନର ମାଛ ମାର୍କେଟଠୁ ଅଳ୍ପ ଦୂରରେ ଥିବା ଏକ ସରକାରୀ ରିସର୍ଚ୍ଚ ଲ୍ୟାବରେ ହିଁ ହୋଇଛି । ଚୀନର ସରକାରୀ ସାଉଥ ଚାଇନା ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର ସୂଚନା ଅନୁସାରେ ଉହାନ ସେଂଟର ଫର ଡିଜିଜ କଂଟ୍ରୋଲରେ ଏଭଳି ଭାଇରସର ଜନ୍ମ ହୋଇପାରେ । ଆଉ ଏହା ପଛର କାରଣ ହେଲା ଏହି ଲ୍ୟାବରେ ଏଭଳି ପଶୁପକ୍ଷୀଙ୍କୁ ରଖାଯାଇଥାଏ, ଯେଉଁମାନଙ୍କ ଶରୀରରେ ଏଭଳି ଭୟଙ୍କର ରୋଗଜୀବାଣୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ଚୀନର ଏହି ସରକାରୀ ଲ୍ୟାବରେ ୬୦୫ଟି ବାଦୁଡି ରଖାଯାଇଥିଲା, ଆଉ ଏହି ବାଦୁଡିମାନ ମାଧ୍ୟମରେ କରୋନା ଭାଇରସ ବ୍ୟାପିଥାଇପାରେ ବୋଲି ଅନୁମାନ କରାଯାଉଛି ।

ଏହାବ୍ୟତୀତ ଏହି ୟୁନିର୍ଭସିଟିର ରିସର୍ଚ୍ଚ ପେପରରେ ମଧ୍ୟ କୁହାଯାଇଛି କି, କରୋନା ଭାଇରସକୁ ଜନ୍ମ ଦେଇଥିବା ବାଦୁଡି ଥରେ ଜଣେ ରିସର୍ଚ୍ଚରଙ୍କ ଉପରେ ଆକ୍ରମଣ କରିଦେଇଥିଲେ, ଯାହାଫଳରେ ବାଦୁଡିମାନଙ୍କର ରକ୍ତ ତାଙ୍କ ଚର୍ମ ସଂସ୍ପର୍ଶରେ ଚାଲିଆସିଥିଲା । ତେବେ ରିପୋର୍ଟରେ କୁହାଯାଇଛି କି କରୋନା ଭାଇରସରେ ଆକ୍ରାନ୍ତ ରୋଗୀମାନଙ୍କ ଶରୀରରେ ଜିନୋମ ସିକ୍ୱେନ୍ସ ୯୬ କିମ୍ବା ୮୯ ପ୍ରତିଶତ ରହିଥିଲା । ଯାହାକି ବ୍ୟାଟ୍ ସିଓସିଜେସି୪ କରୋନା ଭାଇରସ ସହ ସମାନ । ରିପୋର୍ଟରେ କୁହାଯାଇଛି ଯେ ବାଦୁଡି ଉହାନର ସିଫୁଡ ମାର୍କେଟଠାରୁ ପାଖାପାଖି ୬୦୦ ମିଟିର ଦୂରରେ ଦେଖିବାକୁ ମିଳନ୍ତି । ତେଣୁ ଲୋକଙ୍କୁ ଏବେ ବାଦୁଡି ନଖାଇବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର