ମୁକୁଳା ପାଇପ୍ ମାଧ୍ୟମରେ ବ୍ୟାପୁଛି କରୋନା

ଭାରତରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଥର୍ମାଲ ସ୍କ୍ରିନିଂ

ହଂକଂ : କୋଠାର ପାଇପ୍ ମାଧ୍ୟମରେ ମଧ୍ୟ କରୋନା ଭାଇରସ୍ ବ୍ୟାପୁଛି। ଏଭଳି ଆଶଙ୍କା ପ୍ରକାଶ ପାଇବା ପରେ ହଂକଂ ସ୍ଥିତ ଏକ ଆପାର୍ଟମେଣ୍ଟରୁ ଲୋକଙ୍କୁ ଖାଲି କରାଯାଇଛି। ଆପାର୍ଟମେଣ୍ଟର ଦୁଇଟି ଅଲଗା ଅଲଗା ମହଲାରେ କରୋନା ଭାଇରସ ରୋଗୀ ମିଳିବା ପରେ ପ୍ରଶାସନ ପକ୍ଷରୁ ଏପ୍ରକାର ପଦକ୍ଷେପ ନିଆଯାଇଛି। ଏହି ଘଟଣା ପରେ ଆପାର୍ଟମେଣ୍ଟରେ ବାସ କରୁଥିବା ‌ଅନ୍ୟ ଲୋକମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ କୋଠାର ଏକ ଗାଧୁଆ ଘରେ ଖୋଲା ରହିଥିବା ଏକ ପାଇପ୍‌ ପ୍ରଥମେ ଦେଖିବାକୁ ମିଳିଥିଲା। ଏହାପରେ ସେହି ଘରୁ ଲୋକଙ୍କୁ ବାହାର କରିବା ଆରମ୍ଭ ହୋଇଯାଇଥିଲା। ଏହି ଘରେ ‌ରହୁଥିବା ମହିଳା ପୂର୍ବରୁ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ସେହି ଘରଠାରୁ ୧୦ଟି ମହଲା ତଳେ ମଧ୍ୟ ଅନ୍ୟ ଜଣେ ୬୨ ବର୍ଷୀୟା ମହିଳା କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ବନ୍ଦ ହୋଇ ନଥିବା ସେହି ପାଇପ୍ ମଧ୍ୟ ଉକ୍ତ ମହିଳାଙ୍କ ଘରେ ଦେଖିବାକୁ ମିଳିଥିଲା।

ଭାରତରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଥର୍ମାଲ ସ୍କ୍ରିନିଂ
କରୋନା ଭାଇରସ ବ୍ୟାପିବା ପରେ ଦେଶରେ ବିମାନ ଯାତ୍ରୀଙ୍କ ଉପରେ ସବୁଠୁ କଡ଼ା ନଜର ରଖାଯାଇଛି। ବିଦେଶରୁ ଦେଶକୁ ଆସୁଥିବା ଲୋକମାନଙ୍କର ଥର୍ମାଲ ସ୍କ୍ରିନିଂ ବିମାନ ବନ୍ଦର ଗୁଡ଼ିକରେ କରାଯାଉଛି। ଆଜି ସୁଦ୍ଧା ଦେଶର ବିମାନ ବନ୍ଦର ଗୁଡ଼ିକରେ ୨ ଲକ୍ଷ ୧୫ ହଜାର ଲୋକଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର