ଭାରତରେ କରୋନାଭାଇରସ୍ ସଂକ୍ରମଣ : ସମୁଦାୟ ଆକ୍ରାନ୍ତ ୧୦୭୧; ମୃତ୍ୟୁସଂଖ୍ୟା ୨୯

ନୂଆଦିଲ୍ଲୀ: ସୋମବାର ସକାଳ ୧୦: ୩୦ ସୁଦ୍ଧା ସମଗ୍ର ଦେଶରେ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ସମୁଦାୟ ୧୦୭୧ ଓ ମୃତ୍ୟୁସଂଖ୍ୟା ୨୯ରେ ପହଞ୍ଚିଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି । ଏହାଛଡ଼ା ଆକ୍ରାନ୍ତଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୯୯ ଜଣ ସୁସ୍ଥ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଗମନ କରିଛନ୍ତି । ଅବଶିଷ୍ଟ ୯୪୨ଜଣ ଏବେ ଚିକିତ୍ସାଧୀନ ଥିବା କଥା ସ୍ୱାସ୍ଥ୍ୟମନ୍ତ୍ରାଳୟ ୱେବସାଇଟରୁ ଜଣାପଡ଼ିଛି ।

Image Source: The Economic Times

ସ୍ୱାସ୍ଥ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାଭାଇରସ୍ ଆକ୍ରାନ୍ତ ୧୦୬ ନୂଆ ରୋଗୀ ରେକର୍ଡ କରାଯାଇଛି । ଏହି ସମୟ ଅବଧି ମଧ୍ୟରେ ୬ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା କଥା ସେ କହିଛନ୍ତି ।

ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା କାରଣରୁ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିବା ସହ ସମସ୍ତ ଜିଲ୍ଲା ଓ ରାଜ୍ୟ ସୀମାନ୍ତକୁ ସିଲ୍ କରିଦେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଯେଉଁମାନେ ଲକଡାଉନ୍ ସମୟ ମଧ୍ୟରେ ସମ୍ପୃ୍କ୍ତ ରାଜ୍ୟଗୁଡ଼ିକରୁ ଅନ୍ୟ ରାଜ୍ୟକୁ ଚାଲିଯାଇଛନ୍ତି ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟିନରେ ରଖିବାକୁ ମଧ୍ୟ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର