ହଳଦିଆ ବନ୍ଦରରେ ପୃଥକ ରଖାଗଲା ଚୀନ୍‌ର ଜାହାଜ

କୋଲକାତା : ଚୀନ୍‌ରୁ ଆସିଥିବା ଦୁଇଟି ଜାହାଜକୁ ହଳଦିଆ ବନ୍ଦରର ହଳଦିଆ ଡକ୍ କମ୍ପ୍ଲେକ୍ସରେ ପୃଥକ କରି ରଖାଯାଇଛି। ଚୀନରୁ ବ୍ୟାପିଥିବା କରୋନା ଭାଇରସ ଭୟରେ ଏହି ଦୁଇ ଜାହାଜ ଏବଂ ଏହାର କ୍ରିଉ ସଦସ୍ୟଙ୍କୁ ବନ୍ଦରର ଏଚ୍‌ଡିସିରେ ପୃଥକ ଭାବେ ରଖା‌ଯାଇଛି। ଚୀନ୍‌ରୁ ଭାୟା ସିଙ୍ଗାପୁର ଦେଇ ହଳଦିଆସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦର‌ରେ ପହଞ୍ଚିବା ପରେ ୨ଟି ଜାହାଜକୁ ସ୍ବତନ୍ତ୍ର ଭାବେ ପୃଥକ କରି ରଖାଯାଇଛି। ଯଦିଓ ଏହି ଦୁଇ ଜାହାଜର କ୍ରିଉ ସଦସ୍ୟଙ୍କ ମଧ୍ୟରୁ କେହି କରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହୋଇ ନଥିବା ଜଣାପଡ଼ିଛି, ତଥାପି ସେମାନଙ୍କୁ ସ୍ବତନ୍ତ୍ର ଭାବେ ପୃଥକ କରି ରଖାଯାଇଛି। ୧୨୮.୬ ମିଟର ଦୀର୍ଘବିଶିଷ୍ଟ ଏମ୍‌.ଟି. ରୟାଲ ପେରିଡଟ୍‌ ଜାହାଜ ଚୀନ୍‌ରୁ ସିଙ୍ଗାପୁର ଦେଇ ଗତ ଶୁକ୍ରବାର ରାତି ସାଢେ ୯ଟା ବେଳେ ହଳଦିଆ ବନ୍ଦରରେ ପହଞ୍ଚିଥିଲା। ଏଥିରେ ଥିବା ୨୪ କ୍ରିଉ ସଦସ୍ୟ ମିଆଁମାରର ବୋଲି ଜଣାପଡ଼ିଛି। ଏମାନଙ୍କୁ ଏଚ୍‌ଡିସି ବାହାର ଲକ୍‌ ଗେଟ୍‌ରେ ସ୍ବତନ୍ତ୍ର ଭାବେ ପୃଥକ କରି ରଖାଯାଇଛି। ଶୁକ୍ରବାର ରାତି ସାଢେ ୧୧ଟାବେଳେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେହିଭଳି ଏମ୍‌ଟି ନୀଳାମ୍ବରି ନାମକ ଭାରତୀୟ ଜାହାଜକୁ ଚୀନ୍‌ରେ ସ୍ବତନ୍ତ୍ର ଭାବେ ପୃଥକ କରି ରଖାଯାଇଥିଲା।

ସମ୍ବନ୍ଧିତ ଖବର