ବିଶ୍ୱରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୨୦ ହଜାର, ଲକଡାଉନରେ ୩ ୦୦ କୋଟି ଜନତା

ମାଦ୍ରିଦ୍: କରୋନାଭାଇରସ୍ ମହାମାରୀ ବିରୋଧରେ ବିଭିନ୍ନ ଦେଶର ସରକାର କଠୋର ପଦକ୍ଷେପ ଗ୍ରହଣ କରିଥିବାରୁ ବୁଧବାର ସୁଦ୍ଧା ସମଗ୍ର ବିଶ୍ୱରେ ୩ ଶହ କୋଟିରୁ ଅଧିକ ଲୋକ ଲକଡାଉନରେ ରହିଛନ୍ତି । ଏହି ମହାମାରୀ ଯୋଗୁଁ ବିଶ୍ୱରେ ଏଯାବତ୍ ପ୍ରାୟ ୨୦ ହଜାର ଲୋକଙ୍କର ପ୍ରାଣହାନି ଘଟିଛି ।

Image Source: Hindustan Times

ବିଶ୍ୱରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୪୫୦, ୦୦୦ ଟପିବା ପରେ ଜାତିସଂଘର ସାଧାରଣ ସମ୍ପାଦକ ଆଣ୍ଟୋନିଓ ଗଟେରେସ୍ ଚେତାବନୀ ଦେଇ କହିଛନ୍ତି ଯେ ବିଶ୍ୱସ୍ତରୀୟ ସମ୍ମିଳିତ ଉଦ୍ୟମ ଏହି ଭୂତାଣୁ ସମ୍ପ୍ରସାରଣକୁ ରୋକିପାରେ ।

Image Source: Al Jazeera

ତିନି ମାସ ତଳେ ଚୀନରୁ ଉତ୍ପତ୍ତି ହୋଇଥିବା ଏହି ଭୂତାଣୁ ସଂକ୍ରମଣ ଫଳରେ ଇଟାଲିର ପରିସ୍ଥିତି ଶୋଚନୀୟ ହେବା ସହ ସ୍ପେନର ମୃତ୍ୟୁସଂଖ୍ୟା ଚୀନକୁ ଟପିଯାଇଛି । ଯୁକ୍ତରାଷ୍ଟ୍ର ଆମେରିକାର ନିୟୁୟର୍କରେ ୩୦ ହଜାର ବ୍ୟକ୍ତି କରୋନାଭାଇରସ୍ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି । ସମଗ୍ର ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫, ୭୦୦ ହୋଇଥିବା ବେଳେ ପ୍ରାଣହାନି ସଂଖ୍ୟା ୯୪୨ରେ ପହଞ୍ଚିଛି । ମଧ୍ୟ ପ୍ରାଚ୍ୟ ଦେଶ ଇରାନରେ ମଧ୍ୟ ଏଥିଯୋଗୁଁ ୨ ହଜାର ଲୋକ ପ୍ରାଣ ହରାଇଛନ୍ତି । ରୁଷରେ ମଧ୍ୟ ଦୁଇଜଣ କୋଭିଡ୍-୧୯ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ବିଶ୍ୱର ୧୮୨ଟି ଦେଶକୁ ବ୍ୟାପିଥିବା ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ସମୁଦାୟ ୨୦, ୮୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି ।

ସମ୍ବନ୍ଧିତ ଖବର