ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଦେଶରେ କରୋନା ଭୂତାଣୁ ବର୍ତ୍ତମାନ ସ୍ଥାନୀୟ ସଂକ୍ରମଣ ପର୍ଯ୍ୟାୟରେ ରହିଛି। ସୋମବାର ଦିନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯଦି ଦେଶରେ ଏହି ଭୂତାଣୁ ସାମୂହିକ ସଂକ୍ରମଣ ପର୍ଯ୍ୟାୟରେ ପହଞ୍ଚେ, ତେବେ ଆମେ ଏହାକୁ ଗ୍ରହଣ କରିବୁ। କିନ୍ତୁ ଦେଶ ଏପର୍ଯ୍ୟନ୍ତ ସେ ସ୍ଥିତିକୁ ଯାଇ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି | ତୃତୀୟ ପର୍ଯ୍ୟାୟକୁ ସାମୂହିକ ସଂକ୍ରମଣ କୁହାଯାଏ | ଏହା ଅଧିକ ବିପଜ୍ଜନକ ଅଟେ | ତୃତୀୟ ପର୍ଯ୍ୟାୟର ରୋଗୀ କାହା ଦ୍ୱାରା ସଂକ୍ରମିତ ହୋଇଛି ତାହା ଜଣା ନପଡିବା ସହ ଏହା ବହୁତ ଶୀଘ୍ର ବ୍ୟାପିଥାଏ |
Business Todayଭାରତରେ କରୋନା ଭୂତାଣୁ ସ୍ଥିତି ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦେଶରେ ଏ ପର୍ଯ୍ୟନ୍ତ କୋଭିଡ -୧୯ର ୧୦୭୧ଟି ସଂକ୍ରମଣ ହୋଇଛି। ଏହି ଭୂତାଣୁ ଯୋଗୁଁ ଏ ପର୍ଯ୍ୟନ୍ତ ୨୯ଜଣଙ୍କର ମୃତ୍ୟୁ ହୋଇଛି | ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୯୨ଟି ନୂଆ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ମାରାତ୍ମକ ଭୂତାଣୁରେ ୪ ଜଣଙ୍କର ମୃତ୍ୟୁ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/202003171838505790_India-in-local-transmission-stage-patients-treated-with_SECVPF.jpg)