ଇସ୍ଲାମାବାଦ : ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ଆଜି ଏହି ସଂଖ୍ୟା ୧ ହଜାର ଅତିକ୍ରମ କରିଯାଇଥିବାରୁ ସବୁଠି ଆତଙ୍କ ଖେଳିଯାଇଛି। ଏ ପର୍ଯ୍ୟନ୍ତ ୭ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଆଲୋଚନା ହେଉଛି। ତେବେ ଏଭଳି ପରିସ୍ଥିତିରେ ବି ଦେଶବ୍ୟାପୀ ଲକ୍କାଉନ୍ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପଛଘୁଞ୍ଚା ଦେଇଛନ୍ତି। କେତେକ ଅଂଚଳରେ ଲକ୍ ଡାଉନ୍ ଘୋଷଣା ହୋଇଥିଲେ ମଧ୍ୟ ଦେଶବ୍ୟାପୀ ଏହା କାର୍ଯ୍ୟକାରୀ କରିବାକୁ ସରକାର ଡରୁଛନ୍ତି। ପାକିସ୍ତାନର ସିନ୍ଧ ପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଶହ ଟପି ଯାଇଛି।
ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାେର ଟପିଲା, ଲକ୍ଡାଉନ୍ ପାଇଁ ଇମ୍ରାନ୍ଙ୍କ ପଛଘୁଞ୍ଚା
/sambad/media/post_attachments/wp-content/uploads/2020/03/pak-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)