ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮୩୩୩; ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୬, ୫୬୬

ନୂଆଦିଲ୍ଲୀ: ମେ ୨୮ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୫୮୩୩୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୬୭୬୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୪୫୩୧ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

Image Courtesy: Hindustan Times

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୫୮ ଜଣ, ଆସାମରେ ୪ ଜଣ, ବିହାରରେ ୧୫ ଜଣ, ଚଣ୍ଡିଗଡ଼ରେ ୪ ଜଣ, ଦିଲ୍ଲୀରେ ୩୦୩ ଜଣ, ଗୁଜରାଟରେ ୯୩୮ ଜଣ, ହରିୟାଣାରେ ୧୮ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୨୬ ଜଣ, ଝାଡ଼ଖଣ୍ଡରେ ୪ ଜଣ, କର୍ଣ୍ଣାଟକରେ ୪୭ ଜଣ, କେରଳରେ ୭ ଜଣ, ମଧ୍ୟପ୍ରଦେଶରେ ୩୧୩ ଜଣ, ମହାରାଷ୍ଟ୍ରରେ ୧୮୯୭ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୪୦ ଜଣ, ରାଜସ୍ଥାନରେ ୧୭୩ ଜଣ, ତାମିଲନାଡୁରେ ୧୩୩ ଜଣ, ତେଲେଙ୍ଗାନାରେ ୬୩ ଜଣ, ଉତ୍ତରାଖଣ୍ଡରେ ୪ ଜଣ, ଉତ୍ତରପ୍ରଦେଶରେ ୧୮୨ ଜଣ ଏବଂ ପଶ୍ଚମବଙ୍ଗରେ ୨୮୯ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୩୧୭୧), ଅରୁଣାଚଳ ପ୍ରଦେଶ (୨), ଆସାମ (୭୮୧), ବିହାର (୩୦୬୧), ଚଣ୍ଡିଗଡ଼ (୨୭୯), ଛତିଶଗଡ଼ (୩୬୯), ଦାଦର ନଗର ହାୱେଲି (୨) ଜଣ, ଦିଲ୍ଲୀ (୧୫୨୫୭), ଗୋଆ (୬୮), ଗୁଜରାଟ (୧୫୧୯୫), ହରିୟାଣା (୧୩୮୧), ହିମାଚଳ ପ୍ରଦେଶ (୨୭୩), ଜମ୍ମୁ ଓ କଶ୍ମୀର (୧୯୨୧), ଝାଡ଼ଖଣ୍ଡ (୪୪୮) କର୍ଣ୍ଣାଟକ (୨୪୧୮), କେରଳ (୧୦୦୪), ଲଦାଖ (୫୩), ମଧ୍ୟପ୍ରଦେଶ (୭୨୬୧), ମହାରାଷ୍ଟ୍ର (୫୬୯୪୫), ମଣିପୁର (୪୪), ମେଘାଳୟ (୨୦), ମିଜୋରାମ (୧), ନାଗାଲାଣ୍ଡ (୪),  ଓଡ଼ିଶା (୧୫୯୩), ପୁଦ୍ଦୁଚେରୀ (୪୬), ପଞ୍ଜାବ (୨୧୩୯), ରାଜସ୍ଥାନ (୭୭୦୩), ସିକିମ୍ (୧), ତାମିଲନାଡୁ (୧୮୫୪୫), ତେଲେଙ୍ଗାନା (୨୦୯୮), ତ୍ରିପୁରା (୨୩୦), ଉତ୍ତରାଖଣ୍ଡ (୪୬୯), ଉତ୍ତରପ୍ରଦେଶ (୬୯୯୧) ଓ ପଶ୍ଚିମବଙ୍ଗ (୪୧୯୨) ।

Image Courtesy: Zee News

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୦୫୭), ଅରୁଣାଚଳ ପ୍ରଦେଶ (୧), ଆସାମ (୮୭), ବିହାର (୧୦୮୩), ଚଣ୍ଡିଗଡ଼ (୧୮୭), ଛତିଶଗଡ଼ (୮୩), ଦିଲ୍ଲୀ (୭୨୬୪), ଗୋଆ (୩୭), ଗୁଜରାଟ (୭୫୪୯), ହରିୟାଣା (୮୩୮), ହିମାଚଳ ପ୍ରଦେଶ (୭୦), ଜମ୍ମୁ ଓ କଶ୍ମୀର (୮୫୪), ଝାଡ଼ଖଣ୍ଡ (୧୮୫), କର୍ଣ୍ଣାଟକ (୭୮୧), କେରଳ (୫୫୨), ଲଦାଖ (୪୩), ମଧ୍ୟପ୍ରଦେଶ (୩୯୨୭), ମହାରାଷ୍ଟ୍ର (୧୭୯୧୮), ମଣିପୁର (୪), ମେଘାଳୟ (୧୨), ମିଜୋରାମ (୧) ଓଡ଼ିଶା (୭୩୩), ପୁଦ୍ଦୁଚେରୀ (୧୨), ପଞ୍ଜାବ (୧୯୧୮), ରାଜସ୍ଥାନ (୪୪୫୭), ତାମିଲନାଡୁ (୯୯୦୯), ତେଲେଙ୍ଗାନା (୧୨୮୪), ତ୍ରିପୁରା (୧୬୫), ଉତ୍ତରାଖଣ୍ଡ (୭୯), ଉତ୍ତରପ୍ରଦେଶ (୩୯୯୧) ଓ ପଶ୍ଚିମବଙ୍ଗ (୧୫୭୮) ।

 

ସମ୍ବନ୍ଧିତ ଖବର