ଭାରତରେ ପ୍ରଥମ କରୋନା ମୃତ୍ୟୁ, ସାଉଦୀ ଆରବରୁ ଫେରିଥିଲେ କର୍ଣ୍ଣାଟକର ୭୬ ବର୍ଷିଅ ବୃଦ୍ଧ

ବେଙ୍ଗାଲୁରୁ: ଭାରତରେ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କ କରୋନା ଭାଇରସ ଯୋଗୁଁ ମୃତ୍ୟୁ ହୋଇଛି। କର୍ଣ୍ଣାଟକର କୁଲବର୍ଗୀର ଅଞ୍ଚଳର ୭୬ ବର୍ଷିଅ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି। ସେ ସାଉଦୀ ଆରବରୁ ଫେରିଥିଲେ। ତାଙ୍କୁ ସ୍ୱତନ୍ତ୍ର ଆଇସୋଲେସନ୍‌ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା ବୋଲି କର୍ଣ୍ଣାଟକ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଦେଶରେ ଏବେ କରୋନା ଭାଇରସରେ ସଂକ୍ରମଣ ସଂଖ୍ୟା ୭୪ରେ ପହଞ୍ଚିଛି। ଦିଲ୍ଲୀରେ ୬, ହରିୟାଣାରେ ୧୪, କେରଳରେ ୧୭, ରାଜସ୍ଥାନରେ ୩, ତେଲେଙ୍ଗାନାରେ ଜଣେ, ଉତ୍ତର ପ୍ରଦେଶରେ ୧୧ ଜଣ, ଲଦାଖରେ ୩ ଜଣ, ତାମିଲନାଡୁରେ ଜଣେ, ଜମ୍ମୁ କଶ୍ମୀରରେ ଜଣେ, ପଞ୍ଜାବରେ ଜଣେ, କର୍ଣ୍ଣାଟକରେ ଜଣେ ଓ ମହାରାଷ୍ଟ୍ରରେ ୧୧ ଜଣଙ୍କ ଠାରେ କରୋନା ଭାଇରସ ଦେଖାଯାଇଛି।

ସମ୍ବନ୍ଧିତ ଖବର