ବିଶ୍ୱର କୋଣଅନୁକୋଣରେ କରୋନାଭାଇରସ୍ ସଂକ୍ରମଣ; ପ୍ରଥମ ଚାରିଟି ଦେଶ ମଧ୍ୟରେ ରହିଛନ୍ତି ଆମେରିକା, ଇଟାଲି, ସ୍ପେନ୍ ଓ ଚୀନ୍

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଦେଶକୁ ସଂକ୍ରମିତ ହୋଇଥିବା କରୋନାଭାଇରସ୍ ଦ୍ୱାରା ଏପ୍ରିଲ୍ ୧ ତାରିଖ ସୁଦ୍ଧା ୮୫୯, ୪୬୨ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୨, ୩୩୯ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭୮, ୩୩୩ ଜଣ ସୁସ୍ଥ ହୋଇଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ, ସମ୍ପ୍ରତି ବିଶ୍ୱର ୨୦୩ଟି ଦେଶ ଓ ଅଞ୍ଚଳ ଏବଂ ଦୁଇଟି ଆନ୍ତର୍ଜାତିକ ଜାହାଜକୁ କରୋନାଭାଇରସ୍ ସଂକ୍ରମିତ ହୋଇଛି । ବିଶ୍ୱର ସବୁଠୁ ଅଧିକ କରୋନାଭାଇରସ୍ ସଂକ୍ରମିତ ଦେଶମାନଙ୍କ ମଧ୍ୟରେ ଅଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲି, ସ୍ପେନ୍ ଓ ଚୀନ୍ । ମାର୍ଚ ୩୧ ତାରିଖ ରାତି ୮ଟା ସୁଦ୍ଧା ପ୍ରାପ୍ତ ତଥ୍ୟ ଅନୁସାରେ, ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧, ୮୦୯ ଓ ମୃତ୍ୟୁ ସଂଖ୍ୟା ୨, ୯୭୮ । ଇଟାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧, ୭୩୯ ଏବଂ ମୃତ୍ୟୁସଂଖ୍ୟା ୧୧, ୫୯୧ । ସ୍ପେନ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭, ୯୫୬ ଓ ମୃତ୍ୟୁସଂଖ୍ୟା ୭, ୭୧୬ । ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨, ୧୯୮ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୩, ୩୦୮ ।

Image Source: Al Jazeera

ଡିସେମ୍ବର ମାସରେ ଚୀନର ଊହାନ ସହରରେ ପ୍ରଥମେ କରୋନାଭାଇରସ୍ ରିପୋର୍ଟ ହେବା ପରେ ତାହା ଦ୍ରୁତ ବେଗରେ ଚୀନ୍ ମଧ୍ୟରେ ଓ ତା’ର ପଡ଼ୋଶୀ ଦେଶଗୁଡ଼ିକୁ ବ୍ୟାପୀ ଯାଇଥିଲା । ସେଠାରୁ ତାହା କ୍ରମଶଃ ସମଗ୍ର ବିଶ୍ୱକୁ ସମ୍ପ୍ରସାରିତ ହେଉଛି । ଏବେ ଯୁକ୍ତରାଷ୍ଟ୍ର ଆମେରିକା ସବୁଠୁ ଅଧିକ କରୋନାଭାଇରସ୍ ଆକ୍ରାନ୍ତ ଦେଶରେ ପରିଣତ ହୋଇଯାଇଛି ।

ଏହାଛଡ଼ା ଏପ୍ରିଲ ୧ ତାରିଖ ସୁଦ୍ଧା ବୁଲଗେରିଆ, ଅଷ୍ଟ୍ରେଲିଆ, ନରୱେ, ମଙ୍ଗୋଲିଆ, ବେଲାରୁସ୍, ଉଜବେକିସ୍ତାନ, ଟି୍ରନିଦାଦ ଓ ଟୋବାଗୋ, ନାଇଜେରିଅ, କାଜାଖସ୍ତାନ, ପାକିସ୍ତାନ, ଥାଇଲାଣ୍ଡ୍, ଭାରତ, ହାଇତି, ବଲିଭିଆ, ହୋଣ୍ଡୁରସ୍, ବାହାମାସ୍, ମେକସିକୋ, ଦକ୍ଷିଣ କୋରିଅ, ସୁରିନେମ୍, ନିଉଜିଲାଣ୍ଡ୍ ଆଦି ଦେଶରେ କିଛି ଲୋକେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଏବଂ କିଛି ଲୋକ ମୃତ୍ୟୁବରଣ କରିଥିବା ଖବର ମିଳିଛି ।

ସମ୍ବନ୍ଧିତ ଖବର