ଭ୍ରଷ୍ଟାଚାର ମାମଲାରେ ଖାଲେଦା ଜିଆଙ୍କୁ ଜେଲ୍‌

ଢାକା: ଭ୍ରଷ୍ଟାଚାର ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଏନ୍‌ପି ଦଳ ମୁଖ୍ୟ ଖାଲେଦା ଜିଆ(୭୨)ଙ୍କୁ ଢାକାସ୍ଥିତ ସ୍ୱତନ୍ତ୍ର ଅଦାଲତ ୫ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ଅଦାଲତଙ୍କ ରାୟ ପରେ ଢାକାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଅପରପକ୍ଷେ, ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖାଲେଦା ଏବଂ କିଛି ବରିଷ୍ଠ ନେତାଙ୍କ ସମେତ ହଜାରରେୁ ଊର୍ଦ୍ଧ୍ୱ ସମର୍ଥକଙ୍କୁ ପୁଲିସ ଅଟକ ରଖିଛି। ସୂଚନା ମୁତାବକ, ଜିଆ ଅନାଥାଶ୍ରମ ଟ୍ରଷ୍ଟ ପାଇଁ ଆସିଥିବା ୧କୋଟି ୬୩ଲକ୍ଷ ଟଙ୍କାକୁ ଖାଲେଦା, ତାଙ୍କ ପୁଅ ଏବଂ ଦଳର ବରିଷ୍ଠ ଉପାଧ୍ୟକ୍ଷ ତାରିକ୍‌ ରେହମାନଙ୍କ ସମେତ ୮ ଜଣ ଚଳୁ କରିଦେଇଥିବା ଅଭିଯୋଗ ହୋଇଥିଲା। ଉଲ୍ଲେଖଯୋଗ୍ୟ, ୨୦୦୧ରୁ ୨୦୦୬ ମସିହା ଯାଏ ଖାଲେଦା ବାଂଲାଦେଶରେ ପ୍ରଧାନମନ୍ତ୍ରୀ ରହିିଥିଲେ।

ସମ୍ବନ୍ଧିତ ଖବର