ଜନ୍ମଦିନ ପାର୍ଟିରେ ମହିଳା କାଶି ଦେବାରୁ ଅନେକ ହେଲେ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନାଭାଇରସ୍‌ ମହାମାରୀ ଆମେରିକାରେ ସର୍ବାଧିକ ପ୍ରଭାବ ପକାଇଛି। ଏଠାରେ କୋଭିଡ-୧୯ରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧.୩୦ ମିଲିୟନ୍‌ ପାର କରି ସାରିଛି। ବିଶ୍ୱରେ କରୋନା ସଂକ୍ରମଣରେ ସର୍ବାଧିକ ମୃତ୍ୟୁ ଆମେରିକାରେ ହୋଇଛି। ଆମେରିକାରେ ଏତେ ଭୟାବହ ପରିସ୍ଥିତି ସୃଷ୍ଟି ହେବା ପରେ ବି ସେଠାରେ ଲକ୍‌ଡାଉନ୍‌କୁ କୋହଲ କରି ଦିଆଯାଇଛି। ଆମେରିକାର ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଦେଶର ଆର୍ଥନୀତିକୁ ପ୍ରାଥମିକତା ଓ ସ୍ୱାସ୍ଥ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଏପରି କରିଥିବା କୁହାଯାଉଛି। ଆମେରିକାରେ କରୋନା ସଂକ୍ରମଣ ଆହୁରି ବୃଦ୍ଧି ପାଇବ ବୋଲି ସେଠାକାର ଚିକିତ୍ସା ବିଶେଷଜ୍ଞ ମତ ଦେଇଛନ୍ତି।

ଏଭଳି ପରିସ୍ଥିତିରେ କଲିଫର୍ଣ୍ଣିଆର ପାସାଡେନାରେ କିଛିଲୋକଙ୍କୁ କରୋନା ସଂକ୍ରମଣ ହେବା ଘଟଣା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଏକ ପରିବାର ନିଜର ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କ ସହିତ ମିଶି ଜନ୍ମଦିନ ପାର୍ଟିର ଆୟୋଜନ କରିଥିଲେ। ତେବେ ଏହି ପାର୍ଟିରେ ସାମିଲ ହୋଇଥିବା ଅନେକଙ୍କ ଶରୀରରେ କରୋନା ପଜିଟିଭ ମିଳିଛି।

पार्टी में शामिल लोग निकले कोरोना पॉजिटिव

ପ୍ରକାଶିତ ରିପୋର୍ଟ ମୁତାବକ, କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ଏହା ସତ୍ତ୍ୱେ ବି କଲିଫର୍ଣ୍ଣିଆର ପାସାଡେନାରେ ରହୁଥିବା ଏକ ପରିବାର ଜନ୍ମଦିନ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିକୁ ଆସିଥିବା ଜଣେ ମହିଳାଙ୍କୁ କାଶ ହୋଇଥିଲା। ଆଉ ସେ କାଶିବା ସମୟରେ କୌଣସି ମାସ୍କ ବି ବ୍ୟବହାର କରି ନଥିଲେ। କେବଳ ଏତିକି ନୁହେଁ, ସେ ଲୋକଙ୍କ ସାମ୍ନାରେ କାଶିବା ସମୟରେ ମଜାକ ବି କରି କହିଥିଲେ କି ତାଙ୍କୁ କରୋନା ହୋଇ ଥାଇପାରେ! ପାର୍ଟି ଶେଷପରେ ଅନେକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କ ଶରୀର କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର