କାଉଣ୍ଟ୍‌ଡାଉନ୍‌ ୨୦୧୯: ଗଡ଼କରିଙ୍କୁ ନେଇ ଏତେ ଚର୍ଚା କାହିଁକି?

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ବିଜେପି ସଭାପତି ନୀତିନ ଗଡ଼କରିଙ୍କୁ ନେଇ ଏବେ ଗଣମାଧ୍ୟମରେ ଭାରି ଚର୍ଚ‌ା। ଏହାର ମୁଖ୍ୟ କାରଣ ହେଲା ଯେ କେନ୍ଦ୍ର ସରକାରରେ ମନ୍ତ୍ରୀ ଥାଇ ମଧ୍ୟ ଏଭଳି ମନ୍ତବ୍ୟ ଦେଉଛନ୍ତି ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସଭାପତି ଅମିତ ଶାହଙ୍କ ଦେହରେ ବାଜୁଛି। ତାଙ୍କର ପ୍ରଥମ (ବିବାଦୀୟ) ମନ୍ତବ୍ୟ ଥିଲା ଯେ ବିଜେପି କେବେହେଲେ ଭାବି ନଥିଲା ଯେ କେନ୍ଦ୍ରରେ କ୍ଷମତାକୁ ଆସିବ। ଏହି କାରଣରୁ ବଡ଼ ବଡ଼ (ଅବାସ୍ତବ) ପ୍ରତିଶ୍ରୁତି ଦେଇଥିଲା। ତେବେ କ୍ଷମତାକୁ ଆସିବା ପରେ ଏହାକୁ ପୂରଣ କରି ପାରୁ ନଥିବାରୁ ଦଳୀୟ ନେତାଙ୍କୁ ଅସୁବିଧ‌ାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାପରେ ହନୁମାନଙ୍କ ଜାତିକୁ ନେଇ ବିଜେପି ନେତାମାନେ ସୃଷ୍ଟି କରୁଥିବା ବିବାଦକୁ ବିରୋଧ କରିବା ସହିତ ବିବାଦୀୟ ମନ୍ତବ୍ୟରୁ ଦୂରେଇ ରହିବା ‌ଲାଗି ସେ ପରାମର୍ଶ ଦେଇଥିଲେ। ଦେଶରେ ବୃଦ୍ଧି ପାଉଥିବ‌ା ଅସହିଷ୍ଣୁତାକୁ ନେଇ ଉଦବେଗ ପ୍ରକାଶ କରି କହିଥିଲେ ‌େଯ ସହିଷ୍ଣୁତା ହେଉଛି ଭାରତୀୟ ବ୍ୟବସ୍ଥାର ଏକ ଅଙ୍ଗ। ଗାନ୍ଧୀ-ନେହରୁ ପରିବାରକୁ ମୋଦୀ ଟାର୍ଗେଟ କରି ଚାଲିଥିବା ବେଳେ ନେହରୁଙ୍କୁ ପ୍ରଶଂସା କରିଥିଲେ ଗଡ଼କରି। ତେବେ ତାଙ୍କର ସବୁଠାରୁ ବଡ଼ ଓ ଗୁରୁତ୍ବପୂର୍ଣ୍ଣ ବୟାନ ଆସିଥିଲା ଗତ ୫ଟି ବିଧାନସଭା ନିର୍ବାଚନରେ ବିଜେପିର ପରାଜୟକୁ ନେଇ। ସେ କହିଥିଲେ ‌େଯ ଦଳର ବିଜୟ ପାଇଁ ‌ମୁଖିଆମାନେ ଯେପରି ଶ୍ରେୟ ନେଉଛନ୍ତି ‌େସହିଭଳି ପରାଜୟ ପାଇଁ ଦୋଷ ସ୍ବୀକାର କରିବା ଉଚିତ। ତାଙ୍କର ଏହି ମନ୍ତବ୍ୟ ‌େଯ ମୋଦୀ ଓ ଶାହଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ତାହା କାହାକୁ ଅଛପା ନାହିଁ। ତାଙ୍କର ଏଭଳି ମନ୍ତବ୍ୟ ବିଜେପି ନେତୃତ୍ବକୁ ଅଡ଼ୁଆରେ ପକାଇଛି। ତେବେ ବିଜେପିର ଶକ୍ତିଶାଳୀ ନେତା ରୂପେ ପରିଚିତ ମୋଦୀ ଓ ଶାହଙ୍କୁ ଏଭଳି ଟାର୍ଗେଟ କରିବା ଲାଗି ଗଡ଼କରି ସାହସ କେମିତି କରୁଛନ୍ତି? ଏହା ପଛରେ କାହାର ହାତ ରହିଛି? ଜାତୀୟ ରାଜନୀତିରେ ଚାଲିିଥିବା ଚର୍ଚାକୁ ଯଦି ବିଶ୍ବାସ କରାଯାଏ, ତାହା‌େହଲେ ଆରଏସଏସର ହିଁ ନାମ ଆସିବ। କାରଣ ମୋଦୀ ଓ ଶାହଙ୍କୁ ନେଇ ଆରଏସଏସ ସନ୍ତୁଷ୍ଟ ନୁହେଁ। ସଂଗଠନର ମୁଖ୍ୟ ମୋହନ ଭାଗବତ ମଧ୍ୟ ଅନେକ ସମୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଂଗ୍ରେସମୁକ୍ତ ଭାରତ ପାଇଁ ମୋଦୀ-ଶାହଙ୍କ ଅଭିଯାନକୁ ସେ ବିରୋଧ କରିଥିଲେ। ମୋଦୀ ସରକାରଙ୍କ କାର୍ଯ୍ୟଶୈଳିରେ ମଧ୍ୟ ସଂଗଠନ ସନ୍ତୁଷ୍ଟ ନୁହେଁ। କେବଳ ଏତିକି ନୁହେଁ ଆରଏସସ୍ ମୁଖପତ୍ରରେ କୁହ‌ାଯାଇଛି ‌େଯ ଆଗାମୀ ଲୋକସଭା ନିର୍ବାଚନରେ ବଜେପି ୫୦ରୁ ୧୦୦ଟି ଆସନ ହରାଇବ। ଲୋକସଭାରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ସଂଗଠନ ସୂଚାଇଛ।

ମିଳିଥିବା ସୂଚନା ଅନୁସାରେ ଝୁଲା ଲୋକସଭା ହେଲେ କଣ କରାଯାଇପାରିବ ସେଥିନେଇ ଆରଏସଏସ୍ ଆଗୁଆ ରଣନୀତି ପ୍ରସ୍ତୁତ କରିସାରିଛି। ବିଜେପିକୁ ସଂଖ୍ୟାଗରିଷ୍ଠତା ନମି‌ଳି‌େଲ ଆରଏସଏସ୍ ଏହାର ‘ଗେହ୍ଲା ପୁଅ’ ରୂପେ ପରିଚରିତ ନୀତିନ ଗଡ଼କରିଙ୍କୁ ମୋଦୀଙ୍କ ବିକଳ୍ପ ଭ‌ାବେ ଉପସ୍ଥାପିତ କରିବ। ମୋଦୀଙ୍କ ଭଳି ଗଡ଼କରି କଠୋରପନ୍ଥୀ ନୁହନ୍ତି ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ଲାଗି ଗଡ଼କରିଙ୍କର ସାମର୍ଥ୍ୟ ରହିଛି। ସଂଗଠନ ଏବେ ଠାରୁ ଏଭଳି ବାର୍ତା ଦେବାକୁ ଚେଷ୍ଟା କରୁଛି। ମୋଦୀ ଓ ଶାହଙ୍କ ଉପରେ ଅସନ୍ତୁ‌ଷ୍ଟ ହୋଇ ବିଜେପି ହାତ ଛାଡ଼ୁଥିବା ଏନଡିଏର ଅନେକ ଅଂଶୀଦାର ଦଳଙ୍କୁ ମନାଇବା ଲାଗି ଗଡ଼କରି ମାଧ୍ୟମ ହୋଇପାରନ୍ତି। ବିଜେପିର ଗୋଟିଏ ଗୋଷ୍ଠୀ ମଧ୍ୟ ଗଡ଼କରିଙ୍କ ପାଇଁ ଓକିଲାତି କରିବା ଆରମ୍ଭ କ‌ରିଛି।
ବିଜେପିର ଅନ୍ୟତମ ସହଯୋଗୀ ଶିବ ସେନା ମଧ୍ୟ ଏଭଳି ସୂଚନା ଦେଇଛି। ଆଗମୀ ‌େଲାକସଭା ନିର୍ବାଚନ ପରେ ଗଡ଼କରିଙ୍କୁ ପ୍ରଧାନମନ୍ତ୍ରୀ କରାଗଲେ ଏହା ସମର୍ଥନ କରିବ ବୋଲି ଏହାର ନେତା କହୁଛନ୍ତି। ସ୍ବର୍ଗତ ବିଜେପି ନେତା ପ୍ରମୋଦ ମହାଜନଙ୍କ ଭଳି ସବୁ ଦଳର ନେତାମାନଙ୍କ ସହିତ ଗଡ଼କରିଙ୍କର ଭଲ ସଂପର୍କ ରହିଥିବାରୁ ସେ ଗ୍ରହଣୀୟ ହୋଇପାରନ୍ତି ‌ବୋଲି ଆରଏସଏସ ନେତାମାନଙ୍କ ମତ।

ସମ୍ବନ୍ଧିତ ଖବର