ଦୁଃଖଦାୟକ : ବିବାହର ଦୁଇଘଣ୍ଟା ପରେ ହେଲା ନବଦମ୍ପତିଙ୍କ ମୃତ୍ୟୁ

ୱାସିଂଟନ୍‌: ବିବାହ ପରେ ପ୍ରତ୍ୟେକ ଯୁବକ ଯୁବତୀ ହସଖୁସିରେ ସଂସାର ଗଢ଼ିବାର ସ୍ୱପ୍ନ ଦେଖି ଥାଆନ୍ତି। ତେବେ ଏମିତି ଏକ ବର-କନ୍ୟାଙ୍କ ବିବାହ ହୋଇଥିଲା। ଯାହାଙ୍କ ଖୁସି କିଛି ସମୟରେ ପାଣି ଫୋଟକା ଭଳି ମେଳାଇ ଯାଇଥିଲା। ବିବାହ ସରିଥିଲା ନବଦମ୍ପତି ହସଖୁସିରେ ଘରକୁ ଫେରିବା ପାଇଁ ବାହାରିଥିଲେ। କିନ୍ତୁ ହେଲିକପ୍ଟଟ ଦୁର୍ଘଟଣାଗ୍ରସ୍ତ ହେବାରୁ ବର ଓ କନ୍ୟାଙ୍କ ଉଭୟଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଏଭଳି ଏକ ଦୁଃଖଦ ଘଟଣା ଆମରିକାର ଟେକସାସ୍‌ ସହରରେ ଘଟିଛି।

ଗତ ଶନିବାର ଦିନ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ତେବେ ଏହି ବାହାଘରରେ ସାମିଲ ହୋଇଥିବା ଏରିକ୍‌ ସ୍ମିଥ୍‌ ନାମକ ଜଣେ ଅତିଥି ଏହି ଘଟଣା ସମ୍ପର୍କରେ ଫେସ୍ୱକ୍ରେ ସୂଚନା ଦେଇ କହିଛନ୍ତି, ବାହାଘର ସରିବା ପରେ ବର ଓ କନ୍ୟାଙ୍କୁ ତାଙ୍କ ବନ୍ଧୁମାନେ ହସି ହସି ହେଲିକପ୍ଟଟରେ ବିଦାୟ ଦେଇଥିଲେ। ହେଲେ ବିଦାୟର କିଛି ମସୟ ପରେ ଅର୍ଥାତ୍‌ ମାତ୍ର ଦୁଇଘଣ୍ଟା ପରେ ହେଲିକପ୍ଟଟଟି ଏକ ପାହାଡ଼ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ନବଦମ୍ପତ୍ତିଙ୍କ ସହ ପାଇଲଟ୍‌ଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ତେବେ ଘଟଣାସ୍ଥଳରୁ ହେଲିକପ୍ଟଟର ଭଗ୍ନାବଶେଷ ମିଳିଛି।

ସମ୍ବନ୍ଧିତ ଖବର