ଘର ପଛପଟୁ ବାହାରିଲା ଦୋମୁଣ୍ଡିଆ ବିଷାକ୍ତ ସାପ, ହତ୍ୟା ନ କରି ବନବିଭାଗକୁ ଦେଲେ ଦମ୍ପତି

ନୂଆଦିଲ୍ଲୀ : ଅଧିକାଂଶ ଲୋକ ନିଜ ସାମ୍ନାରେ ଏକ ବିଷାକ୍ତ ସାପ ଦେଖି ଡ଼ରିଯିବା ସହ ଆକ୍ରମଣ କରିବା ଡ଼ରରେ ସାପକୁ ମାରି ଦେଇଥାନ୍ତି । କିନ୍ତୁ କେଣ୍ଟକିରେ ରହୁଥିବା ଦମ୍ପତି ଏହାର ଠିକ୍‌ ବିପରୀତ କରିଥିବା ଦେଖାଯାଇଛି । ଘର ପଛପଟେ ହଠାତ୍‌ ଏକ ବିରଳ ଦୋମୁଣ୍ଡିଆ ସାପ ଦେଖି ଦମ୍ପତି ସାପକୁ ନ ମାରି ସାଲାଟୋ ବନ୍ୟଜୀବ ଶିକ୍ଷା କେନ୍ଦ୍ରକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ସାପକୁ ଆଣିବା ପରେ ସାଲାଟୋ ବନ୍ୟଜୀବ ଶିକ୍ଷା କେନ୍ଦ୍ର ତରଫରୁ ସାପର କିଛି ଫଟୋ ଫେସ୍‌ବୁକ୍‌ରେ ପୋଷ୍ଟ କରାଯାଇଥିଲା । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଉଦ୍ଧାର କରାଯାଇଥିବା ଦୋମୁଣ୍ଡିଆ ସାପର ୪ଟି ଆଖି ଏବଂ ଦୁଇଟି ମୁଣ୍ଡ ଠିକ୍‌ ଭାବରେ କାମ କରୁଥିବା ବେଳେ ଜିଭ ମଧ୍ୟ ଠିକ୍‌ ଭାବରେ କାମ କରୁଥିବା ଦେଖାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ସେ ଦୁଇଟି ପାଟିରେ ଖାଦ୍ୟ ଗିଳି ପାରିବ କି ନାହିଁ ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଅକ୍ଟୋବର ୧୯ରୁ ଏହାକୁ ସାଲାଟୋ ବନ୍ୟଜୀବ ଶିକ୍ଷା କେନ୍ଦ୍ରରେ ଲୋକମାନଙ୍କ ପାଇଁ ରଖାଯିବା ପରେ କେନ୍ଦ୍ର ଏହି ସାପର ସ୍ୱାସ୍ଥ୍ୟକୁ ନେଇ ତତ୍ପର ହୋଇଥିବା ଦେଖାଯାଇଛି । ଅନ୍ୟ ପକ୍ଷରେ ସାପର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯିବା ପରେ ଏହା ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର