ପୁଅ ନେତା ହେବ ବୋଲି ଜାତକରୁ ଜାଣି ଭୋଟ୍‌ ଦ୍ୱାରା ନାଁ ବାଛିଲେ ବାପାମାଆ

ଗୋଇଣ୍ଡା: ଭାରତରେ ପିଲାର ନାଁ ଦେବା ଗୋଟାଏ ବ୍ୟକ୍ତିଗତ ଏବଂ ନିରାଡମ୍ବର ଉତ୍ସବ ହୋଇଥିବା ବେଳେ ମହାରାଷ୍ଟ୍ରର ଗୋଇଣ୍ଡାରେ ବାସ କରୁଥିବା ହଳେ ଦମ୍ପତି ସେମାନଙ୍କର ନବଜାତକର ନାଁ ଠିକ୍‌ କରିବାକୁ ନିର୍ବାଚନ କରାଇଛନ୍ତି।

ନାଁଟିଏ ଦେବାକୁ ଅକ୍ଷମ ହୋଇ ମହାରାଷ୍ଟ୍ରୀୟ ଦମ୍ପତି ମିଠୁନ୍‌ ଏବଂ ମାନସୀ ବଙ୍ଗ ସେମାନଙ୍କ କୁନି ପୁଅଟିର ନାଁ କ’ଣ ହେବ ତାହା ସର୍ବସାଧାରଣଙ୍କ ଉପରେ ଛାଡ଼ି ଦେଇଛନ୍ତି।

ନିର୍ବାଚନୀ ବ୍ୟାନର୍‌ ଏବଂ ବାଲଟ୍‌ ବକ୍ସ ସହ ସେମାନେ ଜୁନ୍‌ ୧୫ ତାରିଖ ଦିନ ଭୋଟ୍‌ କରାଇଥିଲେ। ବନ୍ଧୁ ଏବଂ ଆତ୍ମୀୟସ୍ୱଜନ ଏହି ନିର୍ବାଚନରେ ଅଂଶଗ୍ରହଣ କରିଥିଲେ।

ଆତ୍ମୀୟ ଓ ପିତାମାତା ବାଛିଥିବା ତିନୋଟି ନାଁ- ଯଶ୍‌କା, ଯୋବିିକ୍‌ ଏବଂ ଯୁବନ୍‌ ମଧ୍ୟରୁ ଗୋଟିଏ ବାଛିବାକୁ ଭୋଟ୍‌ କରାଯାଇଥିଲା।

ପିଲାର ବାପା ମିଠୁନ୍‌ ବଙ୍ଗ କହନ୍ତି: ଭବିଷ୍ୟତରେ ପୁଅ ଜଣେ ନେତା ହେବ ବୋଲି ଜାତକରୁ ଜଣା ପଡ଼ିବା ପରେ ଏ ସବୁ କାମ ଆରମ୍ଭ ହୋଇଥିଲା। ତେଣୁ ଆମେ ସ୍ଥିର କଲୁ ତା’ର ନାଁ ମଧ୍ୟ ଆମେ ଗୋଟାଏ ଅପୂର୍ବ ଢଙ୍ଗରେ ସାର୍ବଜନୀନ ଭୋଟ୍‌ ଜରିଆରେ ଦିଆଇବୁ। ଫଳରେ ଆଜିଠୁ ୧୫-୨୦ ବର୍ଷ ପରେ ବି ସେ ଆଜିର ଦିନଟିକୁ ଶ୍ରଦ୍ଧାର ସହ ସ୍ମରଣ କରିବ।

ପିଲାର ଖୁଡ଼ୀ କହନ୍ତି: ନାଁ ପାଇଁ ଭୋଟ୍‌ ଦେବା କଥା ଛଡ଼ା ନିଜ ପୁତୁରା ପାଇଁ ମୁଁ ଆଜି ଭାରି ଖୁସି। ଆମ ପରିବାର ପାଇଁ ଆଜି ଦିନଟି ସ୍ମରଣୀୟ।
ଶେଷରେ ପିଲାର ନାଁ ରଖାଗଲା ‘ଯୁବନ୍‌’।

ସମ୍ବନ୍ଧିତ ଖବର