କୋଇଲା ବ୍ଲକ୍‌ ଆବଣ୍ଟନ ଦୁର୍ନୀତି: ପୂର୍ବତନ କେନ୍ଦ୍ର ସଚିବ ଏଚ୍‌ସି ଗୁପ୍ତାଙ୍କ ସମେତ ୫ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୨୦୧୨ ମସିହାରେ ପଶ୍ଚିମବଙ୍ଗରେ କୋଇଲା ବ୍ଲକ୍‌ ଆବଣ୍ଟନ କ୍ଷେତ୍ରରେ ଅନିୟମିତତା କାରଣ ନିମନ୍ତେ ପୂର୍ବତନ କୋଇଲା ସଚିବ ଏଚ୍‌ସି ଗୁପ୍ତାଙ୍କ ସମେତ ପାଞ୍ଚ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଶୁକ୍ରବାର ଦିନ ଜାତୀୟ ରାଜଧାନୀରେ ସ୍ପେସାଲ୍‌ ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ ରାୟ ଶୁଣାଇଛନ୍ତି। ବିକାଶ ମେଟାଲ୍‌ ପାଓ୍ଵାର୍‌ ଲିମିଟେଡ୍‌ ନାମକ ଏକ କମ୍ପାନି ମଧ୍ୟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି।

ଦୁର୍ନୀତି ନିରୋଧ ଆଇନ୍‌ ଧାରାର ବିଭିନ୍ନ ସେକ୍‌ସନ୍‌ରେ ୫ ଜଣଙ୍କୁ ଦୁର୍ନୀତି ଏବଂ ଅପରାଧିକ ଷଡ଼ଯନ୍ତ୍ର କରିଥିବା କାରଣରୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସେମାନଙ୍କୁ ତୁରନ୍ତ ହାଜତକୁ ନିଆଯାଇଛି।

ଡିସେମ୍ବର ୩ ତାରିଖ ଦିନ ଅଦାଲତ ସେମାନଙ୍କ ପ୍ରତି ଦଣ୍ଡବିଧାନ କରିବ।

ପଶ୍ଚିମବଙ୍ଗର ମୋଇରା ଓ ମଧୁଜୋର (ଉତ୍ତର ଓ ଦକ୍ଷିଣ) କୋଇଲା ବ୍ଲକ୍‌ ଆବଣ୍ଟନରେ ଅନିୟମିତତା କରାଯାଇ ବିକାଶ ମେଟାଲ୍‌ ପାଓ୍ଵାର୍‌ ଲିମିଟେଡ୍‌କୁ କଣ୍ଟ୍ରାକ୍ଟ୍‌ ଦିଆଯାଇଥିଲା।

ଝାଡ଼ଖଣ୍ଡର ରାଝରା ଉତ୍ତର କୋଇଲା ବ୍ଲକ୍‌ କୋଲକାତାର ଘରୋଇ କମ୍ପାନି ବିସୁଲକୁ ଆବଣ୍ଟନ କରିଥିବା କାରଣରୁ ଏ ବର୍ଷ ଜାନୁଆରି ମାସାରେ ଗୁପ୍ତା ଏବଂ ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା ଦୋଷୀ ସାବ୍ୟସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର