ପାକ୍‌ ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ, ଭାରତୀୟ ନାଗରିକ ମୁକ୍ତ କର

ପେଶୱାର: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ନାଗରିକ ହମିଦ୍‌ ନିହାଲ୍‌ ଅନ୍‌ସାରୀଙ୍କ ୩ ବର୍ଷିଆ ଜେଲ୍‌ ମିଆଦ ଆସନ୍ତାକାଲି ପୂରୁଥିବାରୁ ତାଙ୍କୁ ଭାରତ ଫେରାଇ ଦେବା ପାଇଁ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ପେଶୱାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାସକରେ ଏହି ପ୍ରକିୟା ଶେଷ କରି ୩୩ ବର୍ଷୀୟ ଅନ୍‌ସାରୀଙ୍କୁ ଭାରତ ପଠାଇବାକୁ ଅଦାଲତ କହିଛନ୍ତି। ଜାଲ ପରିଚୟପତ୍ରରେ ଅନ୍‌ସାରୀ ପାକିସ୍ତାନରେ ପ୍ରବେଶ କରିବା ଅଭିଯୋଗରେ ୨୦୧୨ରେ ଗିରଫ ହୋଇଥିଲେ। ୨୦୧୫ ଡିସେମ୍ବର ୧୫ରେ ତାଙ୍କୁ ୩ବର୍ଷ ଜେଲ୍‌ଦଣ୍ଡ ହୋଇଥିଲା।

ସମ୍ବନ୍ଧିତ ଖବର