ଲକ୍ଷ୍ମୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଶକ୍ତ ଝଟକା ଲାଗିଛି। ୧୯ବର୍ଷ ତଳର ହତ୍ୟାକାଣ୍ଡରେ ଜିଲ୍ଲା ସତ୍ର ନ୍ୟାୟାଳୟ ଯୋଗୀଙ୍କ ପାଖକୁ ନୋଟିସ୍ ଜାରି କରିଛି। ଯୋଗୀ ଆଦିତ୍ୟନାଥଙ୍କୁ ଏନେଇ ଉତ୍ତର ପାଇଁ ଗୋଟିଏ ସପ୍ତାହର ସମୟ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀଙ୍କ ନାମରେ ପ୍ରଥମ ମାମଲା ମହାରାଜଗଞ୍ଜ କୋତବାଲିରେ ପଞ୍ଚରୁଖିଆ କାଣ୍ଡରେ ରୁଜୁ ହୋଇଥିଲା। କବରସ୍ଥାନ ଓ ପୋଖରୀର ଜମିକୁ ନେଇ ଦୁଇ ସମୁଦାୟ ମଧ୍ୟରେ ବିବାଦ ଥିଲା। ଏହି ମାମଲାରେ ସପା ନେତା ତଲତ ଅଜିଜ ଅଭିଯୋଗ କରିଥିଲେ କି, ତାଙ୍କୁ ହତ୍ୟା କରିବାର ଯୋଜନା ରଖି ଗୁଳି ଚଳା ଯାଇଥିଲା। ତତ୍କାଳୀନ ବିଜେପି ସରକାର ସିବିସିଆଇଡିଙ୍କୁ ଏହି ମାମଲା ନେଇ ଯାଞ୍ଚ କରିବାକୁ କହିଥିଲେ। ସିବିସିଆଇଡି ଏହି ମାମଲାକୁ ନେଇ ନିଜ ରିପୋର୍ଟ ମଧ୍ୟ ଦେଇଥିଲେ। କିନ୍ତୁ ଏହା ସ୍ପଷ୍ଟ ହୋଇ ପାରି ନଥିଲା କି ଗୁଳି କେଉଁ ପକ୍ଷରୁ ଚଳା ଯାଇଥିଲା। ତଲତ ଅଜିଜ ପକ୍ଷରୁ ପୁଣି ଅଭିଯୋଗ ହୋଇଥିଲା କି, କିଛି ଲୋକଙ୍କୁ ବଞ୍ଚାଇବା ପାଇଁ ସଠିକ୍ ଭାବେ ଯାଞ୍ଚ କରାଯାଇନାହିଁ।
ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ରାଜନୈତିକ ଦଳକୁ ନିର୍ଦ୍ଦେଶ ଦେଇ କହିଛନ୍ତି, ନିର୍ବାଚନ ଲଢ଼ୁଥିବା ଯେଉଁ ପ୍ରାର୍ଥୀଙ୍କ ଉପରେ ଅପରାଧୀକ ମାମଲା ରୁଜୁ ହୋଇଛି, ସେ ତାଙ୍କର ସୂଚନା ନିଜର େଓ୍ଵବସାଇଟ ଓ ମିଡିଆରେ ସାର୍ବଜନୀନ କରନ୍ତୁ।
TIMES NOW speaks to Talat Aziz, the complainant in the 19-year old murder case against UP CM Yogi Adityanath pic.twitter.com/aCpryhywfm
— TIMES NOW (@TimesNow) September 25, 2018