ବଳପୂର୍ବକ ଧର୍ମାନ୍ତରୀକରଣର ଶିକାର ହୋଇଥିବା ୨ ହିନ୍ଦୁ ଯୁବତୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଇସ୍‌ଲାମବାଦ୍‌ ହାଇକୋର୍ଟ

ଇସ୍‌ଲାମବାଦ୍‌: ପାକିସ୍ତାନରେ ଦୁଇ ନାବାଳିକା ହିନ୍ଦୁ ଝିଅଙ୍କୁ ଅପହରଣ କରି ବଳପୂର୍ବକ ମୁସ୍‌ଲମାନ ଧର୍ମକୁ ଧର୍ମାନ୍ତର କରିବାର ସପ୍ତାହ ବିତିଯିବା ପରେ ଇସ୍‌ଲାମିକ୍‌ ହାଇକୋର୍ଟ ସେହି ଝିଅମାନଙ୍କୁ ତୁରନ୍ତ ମୁକ୍ତି କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହି ଦୁଇ ଝିଅଙ୍କୁ ରାଜ୍ୟ ସରକାରଙ୍କ ହେପାଜତରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ନାବାଳିକାଙ୍କ ଦ୍ୱାରା ଦାୟର ହୋଇଥିବା ଯାଚିକାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେମାନେ ଯାଚିକାରେ ଜଣାଇଛନ୍ତି ଯେ ସେମାନେ ଇସ୍‌ଲାମ ଧର୍ମ ଗ୍ରହଣ କରିବା ଓ ବିବାହ କରିଥିବା କାରଣରୁ ସେମାନଙ୍କ ପରିବାର ଲୋକ ସେମାନଙ୍କୁ ହତ୍ୟା ଉଦ୍ୟମ କରିପାରନ୍ତି।

ନିକଟରେ ପାକିସ୍ତାନୀ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଥିଲା ଯେ ଏକ ଭିଡିଓରେ ଦେଖିବାକୁ ମିଳିଛି କି ୧୩ ଓ ୧୫ ବର୍ଷୀୟା ଦୁଇ ନାବାଳିକାଙ୍କୁ ବଳପୂର୍ବକ ଇସ୍‌ଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଛି।

 

ସେମାନେ ତୁରନ୍ତ ଘରକୁ ଫେରନ୍ତୁ ବୋଲି କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ଵିଟର୍‌ରେ ଦାବି କରିଛନ୍ତି। ସେହି ଦୁଇ ଝିଅଙ୍କୁ ଉଚିତ ନ୍ୟାୟ ମିଳୁ ବୋଲି ବି ସୁଷମା କହିଛନ୍ତି।

ସମ୍ବନ୍ଧିତ ଖବର