ଦାଉଦ ସମ୍ପତ୍ତି ଜବତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ର ସମ୍ପତ୍ତି ଜବତ କରିବାପାଇଁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଆର କେ ଅଗ୍ରଓ୍ଵାଲ୍‌ଙ୍କ ତତ୍ତ୍ୱାବଧାନରେ ଗଠିତ ଖଣ୍ଡପୀଠ ସମ୍ପତ୍ତି ବାଜ୍ୟାପ୍ତି ବିରୋଧରେ ଦାଉଦ ପରିବାର ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଗତ ନଭେମ୍ବର ମାସରେ ପଳାତକ ଡନ୍‌ ଦାଉଦ୍‌ର ଦକ୍ଷିଣ ମୁମ୍ବାଇ ସ୍ଥିତ ସମ୍ପତ୍ତିଗୁଡ଼ିକୁ ୧୧.୫୮ କୋଟି ଟଙ୍କାରେ ନିଲାମ କରାଯାଇଥିଲା। ଏହି ସମ୍ପତ୍ତି ଅର୍ଥ ମନ୍ତ୍ରାଳୟ ଦ୍ୱାରା ନିଲାମରେ ରଖାଯାଇଥିଲା। ଏଥିରେ ହୋଟେଲ ରୌନକ ଆଫ୍ରୋଜ୍‌, ଦିଲ୍ଲୀ ଜାଇକା, ସବନମ୍‌ ଗେଷ୍ଟ ହାଉସ ଏବଂ ଦମରଓ୍ଵାଲା କୋଠାର ୬ଟି ଗୃହ ସାମିଲ ଥିଲା।

ସମ୍ବନ୍ଧିତ ଖବର