ସୋସିଆଲ ମିଡିଆରେ ଇସ୍‌ଲାମ ଧର୍ମ ବିରୋଧରେ ଲେଖି ୧୦ବର୍ଷ ଜେଲ୍‌ ଦଣ୍ଡ ଭୋଗିଲେ ଯୁବକ

ନୂଆଦିଲ୍ଲୀ : ମୁସ୍‌ଲିମ୍‌ ବହୁଳ ଦେଶ ମାଲେସିଆରେ ଜଣେ ଯୁବକ ଇସ୍‌ଲାମ୍‌ ଧର୍ମକୁ ଅପମାନ କରିଥିବାରୁ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଛି । ସୋସିଆଲ ମିଡିଆରେ ଇସ୍‌ଲାମ୍‌ ଧର୍ମ ବିରୋଧରେ ଲେଖିବାରୁ ଜଣେ ଯୁବକଙ୍କୁ ୧୦ବର୍ଷ ଜେଲ ଦଣ୍ଡ ମିଳିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ସହ ଅନ୍ୟ ୩ଜଣଙ୍କ ବିରୋଧରେ ମଧ୍ୟ ଇସ୍‌ଲାମ୍‌ ଧର୍ମର ଅପମାନ କରିବାର ଅଭିଯୋଗ ଲଗା ଯାଇଛି ।

DNA India

ପୁଲିସ ଦେଇଥିବା ସୂଚନା ମୁତାବକ, ଅଭିଯୁକ୍ତ ଯୁବକ ସୋସିଆଲ ମିଡିଆରେ ଇସ୍‌ଲାମ୍‌ ଧର୍ମ ଏବଂ ପୟୈଗମ୍ବର ମହମ୍ମଦଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ । ଯାହା ପାଇଁ ତାଙ୍କୁ ୧୦ବର୍ଷ ଜେଲ ଦଣ୍ଡ ମିଳିବା ସହ ଅନ୍ୟ ୩ଜଣଙ୍କ ଉପରେ ମଧ୍ୟ ସମାନ ଆରୋପ ଲାଗିଛି । ଅଭିଯୁକ୍ତ ଗୋଟେ ନୁହେଁ, ବରଂ ଧର୍ମ ବିରୋଧରେ ୧୦ଟି ଅପମାନଜନକ କଥା ଲେଖିଥିଲେ । ଯାହା ପାଇଁ ତାଙ୍କୁ ପ୍ରତିଟି କଥା ପାଇଁ ବର୍ଷେ ବର୍ଷେ ଜେଲ ଦଣ୍ଡ ଶୁଣାଯିବା ସହ ୮.୫ଲକ୍ଷ ଟଙ୍କା ଜରିମାନା ଦେବାକୁ ମଧ୍ୟ ଆଦେଶ ଦିଆ ଯାଇଛି ।

ସମ୍ବନ୍ଧିତ ଖବର