ହାଇଦ୍ରାବାଦ୍‌: କରୋନା ଭାଇରାସ୍‌ ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ହସ୍ପିଟାଲ୍‌ କର୍ମଚାରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟି-ୱାର୍କସ ଓ ଏନ୍‌ଆଇଏମ୍‌ଏସ୍‌ ସହ ମିଶି ବଟରଫ୍ଲାଏ ଏଡୁଫିଲ୍ଡସ ଏରୋସୋଲ୍‌ ବକ୍ସ ଓ ଫେସ୍‌ ମାସ୍କ ତିଆରି ଆରମ୍ଭ କରିଛି। ଏହି ଏରୋସୋଲ୍‌ ବକ୍ସ ହସ୍ପିଟାଲ୍‌ ଓ କ୍ଲିନିକ୍‌ରେ କାର୍ଯ୍ୟରତ ଡାକ୍ତର ଓ ନର୍ସମାନଙ୍କୁ କରୋନା ସଂକ୍ରମଣରୁ ବଞ୍ଚାଇବ।

Advertisment

କରୋନା ‌ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ସମୟରେ ହେଉଥିବା ଇନ୍‌ଟୁବେସନ୍‌ ପ୍ରକ୍ରିୟା ଡାକ୍ତରମାନଙ୍କ ଜୀବନକୁ ବିପଦ ଆଡ଼କୁ ନେଇଥାଏ। ଡାକ୍ତରମାନଙ୍କୁ ଏହି ବିପଦରୁ ରକ୍ଷା କରିବାକୁ ବଟରଫ୍ଲାଏ ଏଡୁଫିଲ୍ଡସ ଏହି ଏରୋସୋଲ୍‌ ବକ୍ସ ତିଆରି କରିଥିବା ସୂଚନା ରହିଛି।

ବଟରଫ୍ଲାଏ ଏଡୁଫିଲ୍ଡସର ସିଇଓ ଶରତ ଚନ୍ଦ୍ର କହନ୍ତି, ‘ଏପରି ଏକ ଡାକ୍ତରୀ ସାମଗ୍ରୀ ତିଆରି  କରିବା ପାଇଁ ଏନ୍‌ଆଇଏମ୍‌ଏସ୍‌ ପକ୍ଷରୁ ଅନୁରୋଧ ହେବା ପରେ କମ୍ପାନି ଏ ବିଷୟରେ ଚିନ୍ତା କରିବା ଆରମ୍ଭ କରିଛି।’ ଜ‌ାଣିରଖନ୍ତୁ ଯେ ଶରତ ଚନ୍ଦ୍ର ଏନ୍‌ଆଇଏମ୍‌ଏସ୍‌ଠାରୁ ଅନୁରୋଧ ପାଇବା ପରେ ଗବେଷଣା କରି ଡକ୍ଟର ହସିନ୍‌ ୟଙ୍ଗ୍‌ ଲିଙ୍କ ସହ ମିଶି ଏରୋସୋଲ୍‌ ବକ୍ସି ତିଆରି କରିବା ଆରମ୍ଭ କରି ଦେଇଛନ୍ତି।

ଟି-ୱାର୍କସ ସହିତ ଅନ୍ୟ କେତେକ ସଂସ୍ଥା ମଧ୍ୟ ମିଶି ବଟରଫ୍ଲାଏ ଏଡୁଫିଲ୍ଡସକୁ ଏହି ବକ୍ସ ତିଆରି ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ଏହାକୁ ପୂରା କରିବାକୁ ସମୁଦାୟ ୩ ଦିନ ଲାଗିଲା। ଏନ୍‌ଆଇଏମ୍‌ଏସ୍‌କୁ ବଟରଫ୍ଲାଏ ଏଡୁଫିଲ୍ଡସ ଏବେ ସୁଦ୍ଧା ୧୦ଟି ବକ୍ସ ଯୋଗାଇ ସାରିଲାଣି। ଆଉ ୧୦୦ଟି ଏବେ ତିଆରି ଚାଲିଛି।