ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶ କରୋନା ଭଳି ମହାମାରୀ ସହ ଲଢେଇ କରୁଛି | କରୋନା ଆକ୍ରାନ୍ତଙ୍କୁ ଠିକ ସମୟରେ ଚିକିତ୍ସା ଓ ସାହାଯ୍ୟ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର 'ପିଏମ କେଆରସ ଫଣ୍ଡ' ନାମକ ଏକ ଟ୍ରଷ୍ଟ ସ୍ଥାପନ କରିଥିବା ବେଳେ ଅନେକ ଧନୀ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଅନେକ ସାଧାରଣ ଲୋକ ଏହି ରିଲିଫ ଫଣ୍ଡକୁ ଦାନ କରୁଥିବା ଦେଖାଯାଉଛି | ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ ମଧ୍ୟ କରୋନାଭାଇରସ ମୁକାବିଲା ପାଇଁ 'ପିଏମ କେଆରସ ଫଣ୍ଡ'କୁ ସହାୟତା ରାଶି ଦେଇଥିବା ଜଣା ପଡିଛି | ସେ ନିଜ ବ୍ୟକ୍ତିଗତ ସଞ୍ଚୟରୁ ୨୫,୦୦୦ ଟଙ୍କା 'ପିଏମ କେଆରସ ଫଣ୍ଡ'କୁ ଦେଇଛନ୍ତି, ଯାହା ଭାରତରେ କୋଭିଡ -୧୯ ଦ୍ୱାରା ପ୍ରଭାବିତ ଲକ୍ଷ ଲକ୍ଷ ଲୋକଙ୍କୁ ରିଲିଫ ଯୋଗାଇବା କାମରେ ଲଗାଯିବ |

Advertisment

During 2 days visit to Gujarat, PM Modi meets his mother in ... GNS News

ସୂଚନା ମୁତାବକ, ଗତ ଶନିବାର ଦେଶକୁ ଏବଂ ଦେଶବାସୀଙ୍କୁ ସାହାଯ୍ୟ କରିବା ଏବଂ କରୋନା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ‘ପିଏମ୍ କେଆର୍ସ ଫଣ୍ଡ’ ନାମରେ ଏକ ସାର୍ବଜନୀନ ଦାନଗ୍ରହଣକାରୀ ଟ୍ରଷ୍ଟ ସ୍ଥାପନ କରିଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟ୍ରଷ୍ଟର ଅଧକ୍ଷ ହେବା ସହ ଏହାର ସଦସ୍ୟମାନଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ରହିବେ ବୋଲି ଜଣା ପଡିଥିଲା। ମୋଦିଜୀଙ୍କ ଏଭଳି ଘୋଷଣା ପରେ ଅନେକ ନେତା-ଅଭିନେତା କୋଟି କୋଟି ଟଙ୍କା ସହାୟତା ରାଶି ଦେଇଥିବାର ଖବର ସାମ୍ନାକୁ ଆସିଥିଲା |