ଭୋପାଳ : ମଧ୍ୟପ୍ରଦେଶର କୋଭିଡ୍ ହଟ୍ସ୍ପଟ୍ ଇନ୍ଦୋରରେ ବୁଧବାର ୭୮ ନୂଆ ମାମଲା ରେକର୍ଡ କରାଯାଇଛି। ଇନ୍ଦୋରରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨,୭୧୫ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧୦୫ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କହାଯାଇଛି। ତେବେ ମଧ୍ୟପ୍ରଦେଶରେ ମୋଟ୍ ସଂକ୍ରମଣ ମାମଲାର ୫୦ ପ୍ରତିଶତ କେବଳ ଇନ୍ଦୋରରୁ ଚିହ୍ନଟ ହୋଇଛି। ମାର୍ଚ୍ଚ ୨୪ରେ ଇନ୍ଦୋରରେ ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଥିଲା। ସେବେଠାରୁ ଇନ୍ଦୋରରେ ସଂକ୍ରମଣ ମାମଲା ବଢ଼ି ଚାଲିଛି। ତେବେ ମଧ୍ୟପ୍ରଦେଶରେ ମଙ୍ଗଳବାର ୨୨୯ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୫,୪୬୫ରେ ପହଞ୍ଚିଛି। ରାଜ୍ୟରେ ୨୫୮ ଜଣଙ୍କ ମୃତ୍ୟୁ ହୋଇଛି। ତେବେ କରୋନାରୁ ୨,୬୩୦ ଜଣ ସୁସ୍ଥ ହୋଇଛନ୍ତି। ମଧ୍ୟପ୍ରଦେଶର ୫୨ ଜିଲ୍ଲାରୁ ୪୭ ଜିଲ୍ଲା ଏବେ କରୋନା ପ୍ରଭାବିତ। ଇନ୍ଦୋର ପରେ ଉଜ୍ଜୟିନୀରେ ସବୁଠୁ ଅଧିକ ମୃତ୍ୟୁ ଏବଂ ଏହା ପଛକୁ ଭୋପାଳରେ ମୃତ୍ୟୁସଂଖ୍ୟା ଅଧିକ ରହିଛି।
ମଧ୍ୟପ୍ରଦେଶର କୋଭିଡ୍ ହଟସ୍ପଟ୍ ଇନ୍ଦୋର
/sambad/media/post_attachments/wp-content/uploads/2020/05/download-41.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)