ଆମେରିକାରେ ୨୧୪ଟଙ୍କାରେ ବିକ୍ରି ହେଉଛି ଗୋବର ଘଷି, ଏହି କାମ ପାଇଁ କରାଯାଉଛି ବ୍ୟବହାର

ନୂଆଦିଲ୍ଲୀ: କିଛି ଦିନ ତଳେ ଗାଈ ଗୋବରରେ ତିଆରି ହେଉଥିବା ଘଷି ଅନଲାଇନ୍ ସପିଂ ସାଇଟରେ ବିକ୍ରି ହେବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା। ଖବରଟି ଏବେ ପୁରୁଣା ହୋଇ ସାରିଥିବା ବେଳେ ଏବେ ଗୋବର ଘଷିକୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏବେ ଗୋବର ଘଷି ବିକ୍ରି ହେବା ଆରମ୍ଭ ହୋଇଥିବା ଜଣା ପଡ଼ିଛି। ଅନ୍ୟ କେଉଁ ଦେଶ ନୁହେଁ ବରଂ ବିକଶିତ ଦେଶ ଭାବେ ପରିଚିତ ଆମେରିକାରେ ଗୋବର ଘଷି ବିକ୍ରି ହେଉଥିବା ଜଣା ପଡ଼ିଛି। ନ୍ୟୁଜର୍ସିରେ ଥିବା ଏଡିସନରେ ୨୧୪ଟଙ୍କାରେ ଗୋବର ଘଷି ବିକ୍ରି ହେଉଥିବା ନେଇ ସୂଚନା ମିଳିଛି।

ସମର ହଲରାନକର ନାମକ ଜଣେ ଟୁଇଟର ବ୍ୟବହାରକାରୀ ଟୁଇଟ୍ କରିବା ପରେ ଖବରଟି ସାମ୍ନାକୁ ଆସିଛି। ଗୋବର ଘଷିର ଫଟୋ ସେୟାର କରି ସମର ଲେଖିଛନ୍ତି କି, ମୋର ଜଣେ ସଂପର୍କୀୟ ମୋତେ ଏହାକୁ ପଠାଇଛନ୍ତି। ଏଡିସନରେ ଥିବା ଏକ ତେଜରାତି ଦୋକାନରେ ଏହାକୁ ବିକ୍ରି କରାଯାଉଛି। ମୋର ପ୍ରଶ୍ନ ଏଗୁଡ଼ିକ ଦେଶୀ ଗାଈର ନାଁ ୟାଙ୍କି ଗାଈର। ତେବେ ସମରଙ୍କ ଏଭଳି ଟୁଇଟ୍ ସାମ୍ନାକୁ ଆସିବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର