ମଧ୍ୟପ୍ରଦେଶରେ ଗାଈ ଦୁଇଟି ଯମଜ ଅଣ୍ଡିରା ବାଛୁରୀକୁ ଜନ୍ମ ଦେବା ପରେ ନାମକରଣ କଲା ମାଲିକ, ଜଣଙ୍କ ନାଁ ବିଜେପି ରଖିବା ସହ ଆଉ ଜଣଙ୍କ ନାଁ ଦେଲା କଂଗ୍ରେସ

ଭୋପାଲ: ଭୋପାଳର ଖଜୁରୀ କଲାନ ଗାଁରେ ଏକ ଗାଈ ଯମଜ ବାଛୁରୀକୁ ଜନ୍ମ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗୋପାଳକ ଦୁଇ ବାଛୁରୀଙ୍କ କରିଥିବା ନାମକରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟରେ ନିର୍ବାଚନର ପ୍ରଚାର ସରଗରମ ଚାଲୁଥିବା ଦେଖି ଗୋପାଳକ ଜଣଙ୍କ ଦୁଇ ବାଛୁରୀଙ୍କ ନାଁ ଦୁଇ ଦଳ ନାଁରେ ରଖିଥିବା ଜଣା ପଡ଼ିଛି । ଜଣଙ୍କ ନାଁ ବିଜେପି ରଖିଥିବା ବେଳେ ଆଉ ଜଣଙ୍କ ନାଁ କଂଗ୍ରେସ ରଖିଥିବା ସୂଚନା ମିଳିଛି ।

India Today

ଗୋପାଳକ ଧନ୍‌ ସିଂହଙ୍କ କହିବା ଅନୁଯାୟୀ, ଯେତେବେଳେ ଏହି ଦୁଇ ଦଳ ପରସ୍ପର ବିରୋଧରେ ଜିତିବା ପାଇଁ ଲଢ଼ୁଥିବେ, ସେତେବେଳେ ଏହି ଦୁଇ ଅଣ୍ଡିରା ବାଛୁରୀ ଦେଶର ଉନ୍ନତି ପାଇଁ ଚାଷ ଜମିରେ ସାଥୀରେ କାମ କରୁଥିବେ । କିଛି ଦିନ ହେଲାଣି ନିର୍ବାଚନ ପାଖରେ ଥିବାରୁ ଅନେକ ନେତା ଦେଶର ଉନ୍ନତି ପାଇଁ ଅନେକ ଭାଷଣ ମାରୁଥିବା ଦେଖା ଯାଉଛି । କିନ୍ତୁ ଏହି ନେତାମାନେ ନିର୍ବାଚନ ପରେ ସବୁ ଭୁଲିଯିବେ । ଗାଁରେ କେଉଁ ଦଳ ଜିତିବ ବା କିଏ କାହାକୁ ହରାଇବ ସେ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ମୁଁ ମୋ ଦୁଇ ଅଣ୍ଡିରା ବାଛୁରୀର ନାଁ ବିଜେପି ଏବଂ କଂଗ୍ରେସ ରଖିବା କଥା ଚିନ୍ତା କଲି । ଅତିକମରେ ପ୍ରତିକାତ୍ମକ ରୂପରେ ଦୁହେଁ ସାଥିରେ ତ କାମ କରିବେ ବୋଲି କହିଥିଲେ ଗୋପାଳକ ଧନ୍‌ ସିଂହ ।

ସମ୍ବନ୍ଧିତ ଖବର