କପିଲ ଦେବ, ଗୋବିନ୍ଦା ଏବଂ ରବି କିଶନଙ୍କ ଉପରେ ଲାଗିଲା ୮.୧ ଲକ୍ଷ ଟଙ୍କାର ଜରିମାନା

ବଡ଼ୋଦରା : ଗୁଜୁରାଟର ଏକ ଖାଉଟି ଅଦାଲତ ବଲିଉଡ୍‌ ଷ୍ଟାର ଗୋବିନ୍ଦା, ରବି କିଶନ ଏବଂ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ଉପରେ ୮ଲକ୍ଷ ଟଙ୍କାର ଜରିମାନା ଲଗାଇଥିବା ଜଣାପଡ଼ିଛି । ଏକ ଦମ୍ପତି ସନ୍‌ଷ୍ଟାର କ୍ଲବ୍‌ର ସଦସ୍ୟତା ବିକ୍ରି ଲାଗି ଜାରି ବିଜ୍ଞାପନରେ ଏହି ୩ ଷ୍ଟାରଙ୍କୁ ତାଙ୍କ ଫଟୋ ବ୍ୟବହାର କରିବା ପାଇଁ ଅନୁମତି ମାଗିଥିଲେ। ଏହି ସେଲିବ୍ରିଟିଙ୍କ ଠାରୁ ଖୁବ୍‌ ସହଜରେ ଅନୁମତି ପାଇଥିଲେ । ପରେ ଦମ୍ପତି ୩ଜଣଙ୍କ ଫଟୋ ବ୍ୟବହାର କରି ଲୋକମାନଙ୍କ ବିଶ୍ୱାସ ଜିତିବା ସହ ସେମାନଙ୍କୁ ଠକିଥିଲେ । ସନ୍‌ଷ୍ଟାର କ୍ଲବ୍‌ ଦ୍ୱାରା ଠକାମିର ଶିକାର ହୋଇଥିବା ୧୮ଜଣ ପୀଡ଼ିତ ସନ୍‌ଷ୍ଟାରର ମାଲିକ ଏବଂ ଏହି ୩ ସେଲିବ୍ରିଟିଙ୍କ ବିରୋଧରେ ବଡ଼ୋଦରା ଜିଲ୍ଲା ଖାଉଟି ବିବାଦ ନିବାରଣ ଫୋରମରେ ୨୦୧୭ରେ ଅଭିଯୋଗ ଆଣିଥିବା ବେଳେ ଏବେ ଏହାର ଫଇସାଲା କରାଯାଇ ୩ ସେଲିବ୍ରିଟିଙ୍କୁ ୮.୧ ଲକ୍ଷଟଙ୍କା ଜରିମାନା ଦେବା ପାଇଁ ଆଦେଶ ଦିଆଯାଇଛି ।

Divya Bhaskar

ସୂଚନା ମୁତାବକ,ଏହି ସ୍କାମ ୨୦୧୬ରେ ଆରମ୍ଭ କରାଯାଇଥିଲା । ଏହାର ପ୍ରତିଷ୍ଠାତା ଦମ୍ପତି ଲୋକମାନଙ୍କୁ ଏହି କ୍ଲବ୍‌ରେ ସଦସ୍ୟ ରହିବା ପୂର୍ବରୁ ୧.୨ ଲକ୍ଷରୁ ୩ଲକ୍ଷ ଦେବା ପାଇଁ କହିଥିଲେ । କ୍ଲବ୍‌ରେ ସଦସ୍ୟ ହିସାବରେ ରହିଲେ ସେମାନଙ୍କୁ କ୍ଲବ୍‌ରେ ମାଗଣା ରହିବାକୁ ଦିଆଯିବା ସହ ଆହୁରି ଅନେକ ସୁବିଧା ମିଳିବ ବୋଲି କୁହାଯାଇଥିଲା । ଟଙ୍କା ଦେଇ ସଦସ୍ୟ ହେବା ପରେ ଲୋକମାନେ ଯେତେବେଳେ ସୁବିଧାର ଲାଭ ଉଠାଇବା ପାଇଁ ଚାହିଁଥିଲେ;ସେମାନଙ୍କୁ କୌଣସି ସୁବିଧା ମିଳି ନଥିଲା । ଠକେଇର ଶିକାର ହେବା ପରେ ୧୮ଜଣ ସଦସ୍ୟ ମିଶି ୨୦୧୭ରେ ଦମ୍ପତି ଏବଂ ଏଭଳି ସ୍କାମ କରୁଥିବା କମ୍ପାନୀକୁ ନିଜ ଫଟୋ ବ୍ୟବହାର କରିବା ପାଇଁ ଅନୁମତି ଦେଇଥିବାରୁ ୩ ଷ୍ଟାରଙ୍କ ବିରୋଧରେ ବଡ଼ୋଦରା ଜିଲ୍ଲା ଖାଉଟି ବିବାଦ ନିବାରଣ ଫୋରମରେ ପିଟିସନ ଦାୟର କରିଥିଲେ । ଏବେ ଏହାର ସମାଧାନ କରାଯାଇ ଗୋବିନ୍ଦା, ରବି କିଶନ ଓ କପିଲ୍‌ ଦେବଙ୍କୁ ୮.୧ଲକ୍ଷ ଟଙ୍କା ଜରିମାନା ଦେବା ପାଇଁ ଆଦେଶ ଦେଇଛି ବଡ଼ୋଦରା ଜିଲ୍ଲା ଖାଉଟି ବିବାଦ ନିବାରଣ ଫୋରମ।

ସମ୍ବନ୍ଧିତ ଖବର