ବାଲାକୋଟ୍‌ ଘଟଣା ଯୋଗୁଁ ରାଜସ୍ଥାନର ଏହି ବ୍ୟକ୍ତିଙ୍କ ବିବାହ ଅଟକିଯାଇଥିଲା, ଆସନ୍ତା ୧୬ରେ ବିବାହ କରିବାକୁ ପାକିସ୍ତାନ ଯିବେ

ନୂଆଦିଲ୍ଲୀ : ଗତେ ଫେବ୍ରୁଆରୀ ୧୪ରେ ହୋଇଥିବା ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ କରିଥିଲା । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାଫଳରେ ଦୁଇଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଯାଇଥିଲା । ଯୁଦ୍ଧ ଆଶଙ୍କାକୁ ଦୃଷ୍ଟିରେ ରଖି ଦୁଇ ଦେଶ ମଧ୍ୟରେ ଚାଲିଥିବା ଟ୍ରେନ ସେବା ମଧ୍ୟ ସାମୟିକଭାବେ ବନ୍ଦ କରିଦିଆଯାଇଥିଲା ।

ଏହା ଦ୍ୱାରା କେବଳ ଦୁଇ ଦେଶର ସରକାର ନୁହଁନ୍ତି, ସାଧାରଣ ଲୋକ ମଧ୍ୟ ପ୍ରଭାବିତ ହୋଇଥିଲେ । ରାଜସ୍ତାନର ବାରମେର ଜିଲ୍ଲାସ୍ଥିତ ଖେଜାଦ କେ ପାର ଗାଁର ବାସନ୍ଦା ମହେନ୍ଦ୍ର ସିଂ ମାର୍ଚ୍ଚ ୮ରେ ପାକିସ୍ତାନର ସିନ୍ଧ ପ୍ରଦେଶସ୍ଥିତ ସିନୋଇ ଗାଁର ଛଗନ କଓ୍ଵଁରଙ୍କୁ ବିବାହ କରିବାର ଥିଲା । ଏଥିପାଇଁ ନିଜେ ବର ଓ ବରଯାତ୍ରୀମାନଙ୍କ ପାଇଁ ଦିଲ୍ଲୀରୁ ଲାହୋରକୁ ଯାଉଥିବା ଟ୍ରେନରେ ବୁକିଂ ମଧ୍ୟ ହୋଇଥିଲା । କିନ୍ତୁ ବାଲାକୋଟ ଘଟଣା ପରେ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ମହେନ୍ଦ୍ର ନିଜ ବିବାହକୁ କିଛି ଦିନ ପାଇଁ ସ୍ଥଗିତ ରଖିଦେଇଥିଲେ । ଏବେ ସ୍ଥିତି ସୁଧୁରୁଥିବାରୁ ସେ ଆସନ୍ତା ୧୬ ତାରିଖରେ ବରଯାତ୍ରୀମାନଙ୍କୁ ନେଇ ପାକିସ୍ତାନ ଯାଉଛନ୍ତି ବିବାହ କରିବାକୁ ।

ସମ୍ବନ୍ଧିତ ଖବର