ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କୁ ମୁକାବିଲା ହେଉ ବା ଓଡିଶା, ଛତିଶଗଡ଼ରେ ମାଓବାଦୀଙ୍କୁ କଡା ଜବାବ ସବୁଥିରେ ଆଗରେ ଥାନ୍ତି ସିଆରପିଏଫ ବା ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ | ଦେଶର ସୁରକ୍ଷା ପାଇଁ ସବୁବେଳେ ତତ୍ପର ଥିବା ଏହି ଯବାନମାନେ କରୋନା ମୁକାବିଲା ପାଇଁ ସରକାରଙ୍କୁ ମଧ୍ୟ ନିଜର ସହାୟତା ବଢ଼ାଇଛନ୍ତି | କରୋନା ଲଢେଇରେ ନିଜକୁ ସାମିଲ କରି ସିଆରପିଏଫ ଯବାନମାନେ ନିଜର ଦିନକର ଦରମା ୩୩ କୋଟି ୮୧ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦେଇଛନ୍ତି |
/sambad/media/post_attachments/wp-content/uploads/2020/03/B3.jpg)
ସିଆରପିଏଫ ପକ୍ଷରୁ କୁହାଯାଇଛି ଯେ କୋଭିଡ଼-୧୯ ବିସ୍ତାରର ଏହି ଆହ୍ୱାନପୂର୍ଣ୍ଣ ସମୟରେ ଆମେ ଆମର ଜାତି ସହିତ ଦୃଢ ଭାବରେ ଠିଆ ହେବା ପାଇଁ ପ୍ରତିବଦ୍ଧ ରହିଛୁ | ଆମର ପ୍ରତି ଯବାନଙ୍କ ଦ୍ୱାରା ଏହା ଏକ ଆନ୍ତରିକ ଉଦ୍ୟମ | ଏହାକୁ ଉନ୍ମୋଚନ କରିବା ପାଇଁ ଉତ୍ତମ ଉଦ୍ଦେଶ୍ୟ ସହିତ ତୁରନ୍ତ ଅବଦାନ ଦେବା ପାଇଁ ପ୍ରୟାସ ଥିଲା | ସିଆରପିଏଫ ଏହାର ସେବା ଏବଂ ବିଶ୍ୱସ୍ତତା ପ୍ରତି ସବୁବେଳେ ଦୃଢ ରହିଛି | ଏଠାରେ ସୂଚନା ଥାଉ କି ଦେଶରେ ୩ ଲକ୍ଷ ୧୩ ହଜାର ୬୩୪ ଜଣ ସିଆରପିଏଫ ଯବାନ ଅଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/B2.jpg)