ଅକ୍ଟୋବରଠାରୁ ଆହୁରି ଆରାମଦାୟକ ହେବ ରାଜଧାନୀ ଓ ଶତାବ୍ଦୀ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ମାସଠାରୁ ନୂଆଦିଲ୍ଲୀକୁ ବିଭିନ୍ନ ରାଜ୍ୟରୁ ଯାଉଥିବା ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସଗୁଡ଼ିକରେ ଯାତ୍ରା କରିବା ଆହୁରି ଆରାମଦାୟକ ହେବ । କାରଣ ଏହି ଟ୍ରେନଗୁଡ଼ିକରକପଲିଂ ଗୁଡ଼ିକ ବଦଳାଇ ଅତ୍ୟାଧୁନିକ କପଲିଂ ଲାଗିବ । ଟ୍ରେନର ଡବା ବା କୋଚଗୁଡ଼ିକ ପରସ୍ପର ମଧ୍ୟରେ ଯୋଡିବା ପାଇଁ କପଲିଂଗୁଡ଼ିକ ବ୍ୟବହାର କରାଯାଇଥାଏ । ଏଗୁଡ଼ିକୁ ସେଣ୍ଟ୍ରାଲ ବଫର କପଲିଂ କୁହାଯାଏ । ଏବେ ଲାଗିଥିବା କପଲିଂଗୁଡ଼ିକ ଟ୍ରେନ ବ୍ରେକ ମାରିଲେ ବା ହଠାତ ଚାଲିବାକୁ ଆରମ୍ଭ କଲେ ଯାତ୍ରୀ ମାନଙ୍କୁ ଟିକିଏ ଧକ୍କା ଦେବାଭଳି ଲାଗିଥାଏ । କିନ୍ତୁ ନୂଆ ଧରଣର ସେଣ୍ଟ୍ରାଲ ବଫର କପଲିଂ ଲାଗିବା ପରେ ଏହି ସମସ୍ୟା ରହିବ ନାହିଁ । ଏଗୁଡ଼ିକ ଅପେକ୍ଷାକୃତ ଅଧିକ ନିରାପଦ ମଧ୍ୟ । ଗତ ଶୁକ୍ରବାରଦିନ ରେଳବାଇ ବୋର୍ଡ ଅଧ୍ୟକ୍ଷ ଅଶ୍ୱୀନ ଲୋହାନୀ ସୂଚନା ଦେଇଥିଲେ ଯେ ୧୩ଟି ଶତାବ୍ଦୀ ଓ ୧୧ଟି ରାଜଧାନୀରେ ଏପରି ସେଣ୍ଟ୍ରାଲ ବଫର କପଲିଂ ଆସନ୍ତା ଅକ୍ଟୋବର ମାସରୁ ଲାଗିବ ।

ସମ୍ବନ୍ଧିତ ଖବର